ଖାଲିଥିବା ସ୍ନାତକୋତ୍ତର ଆସନରେ ହେବ ନାମଲେଖା

କଟକ: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଖାଲିଥିବା ସ୍ନାତକୋତ୍ତର(ପିଜି) ଆସନରେ ସ୍ପଟ୍‌(ତତ୍କାଳ) ନାମଲେଖା ଅନୁଷ୍ଠିତ ହେବ। ଏନେଇ ଶିକ୍ଷାନୁଷ୍ଠାନ ସ୍ତରରେ ନାମଲେଖା ପ୍ରକ୍ରିୟା ହେବ। ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ କିମ୍ବା ଆବଶ୍ୟକ ସ୍ଥଳରେ ଓଜେଇଇ ଓ ଜାତୀୟ ସ୍ତରର ପ୍ରବେଶିକା ଦେଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ନାମଲେଖା ସୁଯୋଗ ମିଳିବ। ଏହି ପର୍ଯ୍ୟାୟରେ ସଂରକ୍ଷଣ ମିଳିବ ନାହିଁ। ମେଧା ଭିତ୍ତିରେ ଖାଲିଥିବା ଆସନରେ ନାମଲେଖା ସୁଯୋଗ ମିଳିବ। ଆସନ୍ତା ୧୧ ତାରିଖ ଅପରାହ୍ଣ ୨ଟାରୁ ଆବେଦନ ଆରମ୍ଭ ହେବ। କରୋନା କଟକଣା ମଧ୍ୟରେ ନାମଲେଖାଯିବ। ୨୫ ତାରିଖ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Comments are closed.