ଘାଟିରେ ଓଲଟିଲା ଟ୍ୟାଙ୍କର; ପଟ୍ରୋଲ ଲିକ୍‌ ହେବାରୁ ଯାତାୟାତ ବାଧାପ୍ରାପ୍ତ, ରାସ୍ତା ଜାମ୍‌

ଲକ୍ଷ୍ମୀପୁର: କୋରାପୁଟ ଜିଲା ଜୟପୁର ଘାଟିରେ ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ଏକ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼ରେ ଓଲଟି ପଡ଼ିଛି। ଫଳରେ ଟ୍ୟାଙ୍କରରୁ ପେଟ୍ରୋଲ ଲିକ୍‌ ହୋଇ ରାସ୍ତାରେ ବହିବାରୁ ଯାତାୟାତ ପ୍ରଭାବିତ ହୋଇଛି। ନିଆଁ ଲାଗିଯିବା ଭୟରେ ଯାନବାହନ ଚଳାଚଳ ବନ୍ଦ ରହିଛି। କେବଳ ବାଇକ ଚାଳକମାନେ ଗାଡ଼ିରୁ ଓହ୍ଲାଇ ରାସ୍ତାକଡ଼ରେ ଚାଲି ଚାଲି ଯାଉଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ଉଦ୍ୟମ କରୁଛନ୍ତି। ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ସହିତ ଟ୍ୟାଙ୍କରକୁ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରୁଛି।

Comments are closed.