ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ

0

ଭୁବନେଶ୍ୱର : ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜଭବନ ସମ୍ମୁଖରେ ବିଜେଡ଼ିର ଛାତ୍ର, ଯୁବ, ଓ ମହିଳା କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାର ୨୦୧୪ ପରେ ପେଟ୍ରୋଲ ଉପରେ ଏକସାଇଜ୍‍ ଡ଼୍ୟୁଟି କମାଇବା ଦାବିରେ ବିଜୁ ଜନତା ଦଳ ଏହି ଆନ୍ଦୋଳନ କରୁଛି। ଚଳିତ ବର୍ଷ ୧୪ ଥର ତୈଳ ବୃଦ୍ଧି ହୋଇଛି। ତେଲ ଦର ନିୟନ୍ତ୍ରଣ ନହେଲେ ଏହି ଆନ୍ଦୋଳନକୁ ରାଜ୍ୟବାପୀ କରାଯିବ ବୋଲି ବିଜେଡ଼ି ଚେତାବନି ଦେଇଛି।

ମୁମ୍ବାଇରେ ପେଟ୍ରୋଲ, ଡିଜେଲ୍ ଲିଟର ୯୦ ଟଙ୍କା ପାର୍ ହୋଇ ସାରିଥିବା ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଲିଟର ୮୪ ଟଙ୍କା ୪୫ ପଇସାରେ ପହଞ୍ଚିଛି । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ମାଲକାନଗିରି ଜିଲାରେ ସର୍ବଧିକ ରହିଛି । ପେଟ୍ରୋଲ ଦର ସର୍ବାଧିକ ୮୬ ଟଙ୍କା ୩୪ ପଇସା ଓ ଡିଜେଲ ଦର ୮୪ ଟଙ୍କା ୩୯ ପଇସା ଥିବା ଜଣାପଡିଛି । ସେହିପରି ଜୟପୁରରେ ପେଟୋଲ ଲିଟର ୮୫ ଟଙ୍କା ୭୧ ପଇସା ଓ ଡିଜେଲ ୮୩ ଟଙ୍କା ୭୬ ପଇସା, ରାଉରକେଲାରେ ପେଟ୍ରୋଲ ୮୩ ଟଙ୍କା ୩୦ ପଇସା ଓ ଡିଜେଲ ୮୧ ଟଙ୍କା ୩୬ ପଇସା, କଟକରେ ପେଟ୍ରୋଲ ୮୨ଟଙ୍କା ୭୫ ପଇସା ଓ ଡିଜେଲ ୮୦ ଟଙ୍କା ୮୦ପଇସା, ସମ୍ବଲପୁରରେ ପେଟୋଲ ୮୩ ଟଙ୍କା ୪ପଇସା ଓ ଡିଜେଲ ୮୧ ଟଙ୍କା ୧୦ ପଇସାରେ ପହଞ୍ଚିଛି ।

 

Leave A Reply