ଲଗାତାର ତିନି ଦିନ ଧରି ହ୍ରାସ ପାଇଲା ତୈଳ ଦର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦରରେ ଲଗାତାର ତିନି ଦିନ ଧରି ହ୍ରାସ ପାଇବାରେ ଲାଗିଛି। ଦିଲ୍ଲୀ ଏବଂ ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ୪୮ ପଇସା , କଲକାତାରେ ୪୭ ପଇସା ଓ ଚେନ୍ନଇରେ ୫୦ ପଇସା ହ୍ରାସ ପାଇଛି। ସେହିପରି ତୈଳ ବିତରଣ କମ୍ପାନୀ ଦିଲ୍ଲୀ ଏବଂ କୋଲକତାରେ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଚେନ୍ନଇରେ ୨୦ ପଇସା ହ୍ରାସ ପାଇଛି।
ଇଣ୍ଡିଆନ ଅୟଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବଇ ଓ ଚେନ୍ନଇରେ ପେଟ୍ରୋଲ ଲିଟର ପିଛା ୭୨.୭୨ଟଙ୍କା, ୭୪.୨୧ଟଙ୍କା, ୭୭.୭୫ଟଙ୍କା ଓ ୭୪.୯୦ଟଙ୍କା ରହିଛି। ସେହିପରି ଦିଲ୍ଲୀ, କୋଲକତା, ମୁମ୍ବଇ ଓ ଚେନ୍ନଇ ଏହି ଚାରୋଟି ସହରରେ ଡିଜେଲ ଦର ୬୬.୨୮ଟଙ୍କା, ୬୮.୦୪ଟଙ୍କା, ୬୯.୪୫ଟଙ୍କା ଓ ୭୦.୦୬ ଟଙ୍କା ରହିଛି।

Comments
Loading...