ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼

ପିପିଲି : ପୁରୀ ଜିଲା ପିପିଲି ଠାରେ ଜଣେ ପେଟ୍ରାଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ସାକ୍ଷୀଗୋପାଳ-ଅଳଗୁମ ରାସ୍ତାର ସୋମସ୍ବରପୁର ଛକରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ପେଟ୍ରାଲ ପମ୍ପ ମାଲିକଙ୍କ ନାମ ଶ୍ରୀକାନ୍ତ ରଥ। ଶ୍ରୀକାନ୍ତଙ୍କ ପେଟରେ ଗୁଳି ବାଜିଥିବାବେଳେ ତାଙ୍କୁ  ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି।

Comments are closed.