ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ନିଜ ଆଡୁ ଅପରାଧିକ ମାମଲା ରୁଜୁ କଲା କମିଶନରେଟ୍‌ ପୁଲିସ୍

ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୁଲିସ୍। ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ରାଜଭବନ ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣା ନେଇ ଅପରାଧିକ ମାମଲା ରୁଜୁ କରାଯାଇଛି। ଏଠାରେ ଦିନ ୧.୧୨ ମିନିଟରେ ବିସ୍ଫୋରଣ ଘଟିଛି। ତେବେ ଘଟଣା ସ୍ଥଳରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଟାଙ୍କିଥିଲା ବୋଲି ପୁଲିସ କମିଶନର ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଏଠାରେ ଭୟଙ୍କର ବିସ୍ଫୋରଣ ଘଟଣା କେମିତି ହେଲା, ଅଗ୍ନିନିରାପତ୍ତା ନେଇ ଆଇଓସିଏଲ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ବାକିଥିବା ଗ୍ୟାସକୁ ପମ୍ପ କରି ଏଠୁ ନେବା ପାଇ ପେଟ୍ରୋଲ ପମ୍ପ କର୍ତ୍ତୁପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଗ୍ୟାସ୍ ପମ୍ପ କରି କାଢ଼ିବା ପାଇଁ ଗାଡ଼ି ବାଲେଶ୍ୱରରୁ ବାହାରି ସାରିଛି । ଗ୍ୟାସ୍ ନକାଢ଼ିବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ବୋଲି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Comments are closed.