ପଥର ଖୋଲରୁ ଡିଜେଲ ବାହାରିବା ଘଟଣା: ପେଟ୍ରୋଲ ପମ୍ପ ବନ୍ଦ କଲେ ମାଲିକ

କନ୍ଧମାଳ: ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥର ଖୋଲରୁ ଡିଜେଲ ବାହାରିବା ଘଟଣା ପରେ ଶନିବାର ସନ୍ଧ୍ୟାରୁ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ମାଲିକ ବନ୍ଦ କରିଦେଇ ଛନ୍ତି। ତେବେ ପେଟ୍ରୋଲ ପମ୍ପ କେଉଁ କାରଣ ପାଇଁ ବନ୍ଦ ରଖିଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନଥିଲେ ମଧ୍ୟ ବିପିସିଏଲର ଅଧିକାରୀମାନେ ଆସି ଯାଞ୍ଚ କରିବା ପରେ ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ କହିଛନ୍ତି। ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଗତ କାଲି ଯେଉଁ ସ୍ଥାନରୁ ଡିଜେଲ ବାହାରୁଥିଲା ପେଟ୍ରୋଲ ପମ୍ପ ବନ୍ଦ କରାଯିବା ପରେ ଆଜି ସେଠାରୁ ଡିଜେଲ ବାହାରୁ ନ ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ପାଳଟିଥିଲା। ଏକ ଚାଷ ଜମିରେ ଥିବା ପଥରଖୋଲ ମଧ୍ୟରୁ ସ୍ବତଃପ୍ରବୃତ୍ତ ପାଣି ସହ ଡିଜେଲ ବାହାରୁଥିଲା। ଏହାକୁ ସଂଗ୍ରହ କରିବା ଲାଗି ଲୋକେ ବୋତଲ, ଜାର ଧରି ଭିଡ଼ ଲଗାଇଥିଲେ।

Comments are closed.