ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି: ଲିଟର ପିଛା ୮ଟଙ୍କା କମିଲା ପେଟ୍ରୋଲ୍‌ ଦର

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ଲିଟର ପିଛା ୮ଟଙ୍କା ହ୍ରାସ ପାଇଲା ପେଟ୍ରୋଲ ଦର। ବୁଧବାର କ୍ୟାବିନେଟ୍‌ ବୈଠକରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ୍‌ ଉପରେ ଲାଗୁ କରାଯାଉଥିବା ଭାଟ୍‌କୁ ୩୦% ରୁ ୧୯.୪୦%କୁ କମାଇ ଦେଇଛନ୍ତି ଦିଲ୍ଲୀ ସରକାର। ଭାଟ୍‌ ହ୍ରାସ ହେବା ପରେ ଜାତୀୟ ରାଜଧାନୀରେ ପେଟ୍ରୋଲ୍‌ ଲିଟର୍‌ ପିଛା ଦର ୮ ଟଙ୍କା ହ୍ରାସ ପାଇବ। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୩ ଟଙ୍କାରୁ ଖସି ୯୫ ଟଙ୍କା ହେବ।  ଆଜି ମଧ୍ୟରାତ୍ରରୁ ଏହି ନୂତନ ମୂଲ୍ୟ ଲାଗୁ କରାଯିବ।

 

 

Comments are closed.