୮୦ ଦିନ ପରେ ବଢ଼ିଲା ପେଟ୍ରୋଲ-ଡ଼ିଜେଲ ଦର

ଭୁବନେଶ୍ବର: ପ୍ରାୟ ୮୦ ଦିନ ପରେ ଦେଶରେ ବଢ଼ିଛି ପେଟ୍ରୋଲ, ଡ଼ିଜେଲ ଦର । ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡ଼ିଜେଲ ଦର ପାଖାପାଖି ୬୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତୈଳ କମ୍ପାନୀଗୁଡ଼ିକ ଏହି ଦର ବୃଦ୍ଧି କରିଥିବା ଘୋଷଣା କରିଛନ୍ତି ।

ଦିଲ୍ଲୀରେ ଏବେ ପେଟ୍ରୋଲ ଦର ୭୧.୮୬ ଟଙ୍କା ଲିଟର ପିଛା ରହିଥିବା ବେଳେ ଡିଜେଲ ଲିଟର ପିଛା ୬୯.୯୯ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ୬୮.୭୯ ଟଙ୍କା ରହିଛି । ନୋଏଡ଼ାରେ ପେଟ୍ରୋଲ ଲିଟର ପିଛା ୭୪.୫୧ ଟଙ୍କା ଡିଜେଲ ୬୪.୪୩ ଟଙ୍କା ରହିଛି ।

ପୂର୍ବରୁ ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସ ପରେ କେନ୍ଦ୍ର ସରକାର ଏହା ଉପରେ ସେସ୍ ବୃଦ୍ଧି କରିଥିଲେ । ମାତ୍ର ତାହା ଖାଉଟିଙ୍କ ଉପରେ ବୋଝ ହୋଇ ନ ଥିଲା । ତୈଳ କମ୍ପାନୀ ଏହାକୁ ଭରଣା କରିଥିଲେ । ସେହିପରି ଓଡ଼ିଶା ଓ କିଛି ରାଜ୍ୟ ଟିକସ ବୃଦ୍ଧି କରିବା ଦ୍ବାରା ଇନ୍ଧନ ଲିଟର ପିଛା ୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା ।

Comments are closed.