ପେଟ୍ରୋଲ, ଡିଜେଲ ଦରରେ ବଡ଼ ଧରଣର ହ୍ରାସ; ଜାଣନ୍ତୁ କେଉଁଠି କେତେ ?

ନୂଆଦିଲ୍ଲୀ: ବୁଧବାର ଲଗାତାର ୭ମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ଼ ଧରଣର ହ୍ରାସ ଘଟିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୯ ପଇସା ଏବଂ ଡିଜେଲ ଲିଟର ପ୍ରତି ୨ ଟଙ୍କା ୩୩ ପଇସା ହ୍ରାସ ପାଇଛି। ଦିଲ୍ଲୀରେ ବୁଧବାର ପେଟ୍ରୋଲ ୭୦ ଟଙ୍କା ୨୯ ପଇସା ଏବଂ ଡିଜେଲ ୬୩ ଟଙ୍କା ୧ ପଇସାରେ ପହଞ୍ଚିଛି। ସେହିପରି କଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ହ୍ରାସ ପାଇ ଯଥାକ୍ରମେ ୭୨ ଟଙ୍କା ୯୮ ପଇସା, ୭୫ ଟଙ୍କା ୯୯ ପଇସା ଏବଂ ୭୩ ଟଙ୍କା ୨ ପଇସାରେ ପହଞ୍ଚିଛି। ଅନ୍ତର୍ଜାତୀୟ ଶକ୍ତି ସଂଗଠନ ସୂତ୍ର ଅନୁସାରେ, ୨୦୨୦ ପ୍ରାରମ୍ଭରୁ ଅଶୋଧିକ ତୈଳର ଚାହିଦା ହ୍ରାସ ପାଇବାରୁ ଦର ହ୍ରାସ ପାଉଛି।

Comments are closed.