ପେଟ୍ରୋଲ ଲିଟର ୧୧୦ ଟଙ୍କା ଟପିଲା

ଜୟପୁର: ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି । ରାଜସ୍ଥାନରେ ରବିବାର ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୬ ପଇସା ଏବଂ ଡିଜେଲ ୨୭ ପଇସା ବୃଦ୍ଧିପାଇବା ପରେ ଏବେ ପ୍ରିମିୟମ ପେଟ୍ରୋଲ ୧୧୨ ଟଙ୍କା ୫୪ପଇସା ଏବଂ ସାଧାରଣ ପେଟ୍ରୋଲ ଲିଟର ୧୦୯ ଟଙ୍କା ୪୯ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ ମଧ୍ୟ ରାଜସ୍ଥାନର ଶ୍ରୀ ଗଙ୍ଗନଗରରେ ଲିଟର ପିଛା ୧୦୧ ଟଙ୍କା ୯୬ ପଇସା ହୋଇଛି ।

Comments are closed.