୧୦୦ ଟପିଲା ପେଟ୍ରୋଲ

ଭୁବନେଶ୍ୱର: କ୍ରମାଗତ ଭା‌େ‌ବ ୧୨ ଦିନ ତୈଳଦର ବଢିଥିଲେ ମଧ୍ୟ ଗତ ଦୁଇଦିନ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା। ତୈଳଦର ବୃଦ୍ଧି ହୋଇ ନଥିବା ଦିନଗୁଡିକରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳଦର ୧ ଡଲାର ଏବଂ ଦେଢ ଡଲାର ବଢିଥିଲା। ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତୀ ରହିଥିଲା। ତେବେ ଦୁଇଦିନ ପରେ ମଙ୍ଗଳବାର ତୈଳ କମ୍ପାନୀଗୁଡିକ ପୁଣି ପେଟ୍ରୋଲ ଓ ଡିଡେଲ ଦର ବଢାଇଛନ୍ତି। ତୈଳଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ ମଧ୍ୟ ତାତି ଦେଖିବାକୁ ମିଳିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦. ୯୩ ଟଙ୍କାରେ ବିକ୍ରି ହେଉଛି। ଡିଜେଲ ଲିଟର ପିଛା ୮୧.୩୨ ଟଙ୍କା ହୋଇଛି। ଅନ୍ୟ କେତେକ ସହରରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପିଲାଣି। ଭୁବନେଶ୍ବରରେ ପେଟ୍ରୋଲ ୩୫ ପଇସା ଏବଂ ଡିଜେଲରେ ୩୮ ପଇସା ମହଙ୍ଗା ହେବାପରେ ସହରରେ ପେଟ୍ରୋଲ ଲିଟର ୯୧.୬୪ ଟଙ୍କା ଏବଂ ଡିଜେଲ ୮୮.୬୧ ଟଙ୍କାରେ ପହଞ୍ଚିଛି।

ଅନ୍ୟପଟେ ରାଜ୍ୟର କଟକ ସହରରେ ପେଟ୍ରୋଲ ଲିଟର ୯୧.୯୧ ଟଙ୍କା ଏବଂ ଡିଜେଲ ୮୮.୮୭ ଟଙ୍କାରେ ପହଞ୍ଚିଛି। ବାଲେଶ୍ବରରେ ପେଟ୍ରୋଲ ୯୧.୬୪ ଟଙ୍କା ଏବଂ ଡିଜେଲ ୮୮.୬୨ ଟଙ୍କା, ମାଲକାନଗିରିରେ ପେଟ୍ରୋଲ ୯୫.୨୫ ଟଙ୍କା ଏବଂ ଡିଜେଲ ୯୩.୧୧ ଟଙ୍କା ହୋଇଛି। ମାଲକାନଗିରି ଜିଲାରେ ପ୍ରିମିୟମ୍ ପେଟ୍ରୋଲ ଲିଟର ୧୦୦.୦୫ ଟଙ୍କା ଛୁଇଁଛି। ଦୁଇଦିନ ହେଲା ଜିଲାରେ ପ୍ରିମିୟମ୍ ପେଟ୍ରୋଲ ୧୦୦ ଟଙ୍କା ଉପରେ ବିକ୍ରି ହେଉଥିବା ଜଣାପଡିଛି। ରାଜ୍ୟ ରାଜ୍ୟ ଭିତ‌େ‌ର ପେଟ୍ରୋଲ ଓ ଡିଜେଲ ତୈଳଦରରେ ମାଲକାନଗିରି ଜିଲା ମହଙ୍ଗା ସହର ଭାବେ ପରିଗଣିତ ହୋଇଛି। ସର୍ବାଧିକ ପେଟ୍ରୋଲ ଓ ଡିଜେଲ ଦର ମାଲକାନଗିରି ଜିଲାରେ ରହିଛି। ସମ୍ବଲପୁର ସହରରେ ପେଟ୍ରୋଲ ଲିଟର ୯୧ ଟଙ୍କା ଏବଂ ଡିଜେଲ ୮୯ ଟଙ୍କାରେ ପହଞ୍ଚିଛି। ବ୍ରହ୍ମପୁରରେ ପେଟ୍ରୋଲ ଲିଟର ୯୨.୮୯ ଟଙ୍କା ଓ ଡିଜେଲ ୮୯.୮୧ ଟଙ୍କା ରହିଛି। ଭିନ୍ନ ଭିନ୍ନ ସହରରେ ଦର ଅଲଗା ରହୁଛି। ବର୍ଦ୍ଧିତ ପରେ ପରିବହନକୁ ନେଇ ତୈଳଦର ବୃଦ୍ଧି କରାଯାଉଛି।

ଗତ ସୋମବାର ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳଦର ପ୍ରତି ବ୍ୟାରେଲ ପିଛା ୬୫ ଡଲାର ଅତିକ୍ରମ କରି ସାରିଛି। ଦେଶରେ ପେଟ୍ରୋଲ ଓ ଡିଜେଲ କ୍ରମାଗତ ବଢିବା ଦ୍ବାରା ଗ୍ରାହକଙ୍କ ଉପରେ ମହଙ୍ଗା ମାଡ ହୋଇଛି। ତେବେ ମୁମ୍ବାଇ ସହରରେ ପେଟ୍ରୋଲ ଲିଟର ୯୭.୩୪ ଟଙ୍କା ଓ ଡିଜେଲ ୮୮.୪୪ ଟଙ୍କାରେ ପହଞ୍ଚିଛି। କଲକାତାରେ ପେଟ୍ରୋଲ ଲିଟର ୯୧.୧୨ ଏବଂ ଡିଜେଲ ୮୪.୧୯ ଟଙ୍କା, ଚେନ୍ନଇରେ ପେଟ୍ରୋଲ ଲିଟର ୯୨.୯୦ ଟଙ୍କା ଏବଂ ଡିଜେଲ ୮୬.୩୧ ଟଙ୍କା ଓ ଭୋପାଳରେ ପେଟ୍ରୋଲ ୯୮.୯୬ ଟଙ୍କା ଏବଂ ଡିଜେଲ ୮୯.୬୦ ଟଙ୍କାରେ ବିକ୍ରି ହେଉଛି।

Comments are closed.