ପେଟ୍ରୋଲ ଡିଜେଲ୍‌ ଆଉ ୫ ଟଙ୍କା ହୋଇପାରେ ଶସ୍ତା – ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ – ଏବେ ଦେଶରେ ପେଟ୍ରୋଲ ଏବଂ ଡିଜେଲରୁ ମୂଲ୍ୟ ୧୦୦ ଟଙ୍କା ପାଖାପାଖି ଅଛି । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଅଲଗା ଅଲଗା ଦର । ଏହା ଉପରେ ବିଭିନ୍ନ ପ୍ରକାରର କର ଲାଗିଥିବାରୁ ଅଧିକ ଦରରେ ମିଳୁଛି । ମାତ୍ର ପେଟ୍ରୋଲ ମୂଳଦର ୪୭.୯୩ ଟଙ୍କା ଥିବା ବେଳେ ଡିଜେଲ୍‌ର ମୂଳ ଦର ୪୯.୩୩ ଟଙ୍କା ରହିଛି । ନଭେମ୍ବର ୪ ତାରିଖରୁ ମୂଳ ଦରରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ ।

 

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଟିକସ ଛାଡ କରିବା ପରେ ବି ଏହି ବିଭିନ୍ନ ରାଜ୍ୟରେ ୧୦୦ ଟଙ୍କା ଉପରେ ରହିଛି । ମାତ୍ର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ହ୍ରାସ ପାଇଛି । ଏଥିଯୋଗୁଁ ଭାରତକୁ ଆସୁଥିବା ଅଶୋଧିତ ତୈଳର ଦର ହ୍ରାସ ପାଇଛି ।

 

ପୂର୍ବରୁ ପ୍ରତି ୧୫ ଦିନରେ ପେଟ୍ରୋଲ ଏବଂ ଡିଜେଲ୍‌ର ଖୁଚୁରା ମୂଲ୍ୟ ନିରୂପଣ କରାଯାଉଥିଲା। ଏବେ ପ୍ରତି ଦିନ ଏହାର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି। ଅନ୍ତର୍ଜାତିୟ ବଜାରରେ ତେଲ ଦର ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇଛି ।

 

ବ୍ରେଣ୍ଟ୍‌ ଅଶୋଧିତ ତୈଳର ମୂଲ୍ୟ ନଭେମ୍ବର ମାସରୁ ପ୍ରତି ବ୍ୟାରେଲ୍‌ ନଭେମ୍ବରରେ ୮୪.୭୮ ଥିବା ବେଳେ ଏବେ ହ୍ରାସପାଇ ୭୪ ଡଲାର ତଳକୁ ଆସିଯାଇଛି । ଏବେ ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସପାଇଥିବାରୁ ଭାରତରେ ପେଟ୍ରୋଲ ଏବଂ ଡିଜେଲର ଦର ହ୍ରାସ ପାଇବାର ସମ୍ଭାବନା ଅଧିକ

Comments are closed.