ତୈଳଦର ବୃଦ୍ଧି ପ୍ରତ୍ୟାହର ଦାବିରେ କଂଗ୍ରେସର ବ୍ଲକ ଘେରାଉ

ବୌଦ୍ଧ : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସହିତ ଅତ୍ୟାବଶକୀୟ ସାମଗ୍ରୀ ର ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗିନି,ତାଳ, ଥାଳି ବଜାଇ ପ୍ରତିବାଦ କରାଯାଇଥିଲା। ପୂର୍ବତନ ଜିଲ୍ଲା ସଭାପତି ନାରାୟଣ ପ୍ରସାଦ ପରିଜା, ବରିଷ୍ଠ ନେତା ସୁଧିର କର୍ଣ୍ଣ, ପିସିସି ସଦସ୍ୟ ରାୟ ସଂଜିବ କୁମାର ଦେଓ, ଯୁବନେତା ପ୍ରଦିପ ଦାସ, ରଘୁନାଥ ପଲିଆ, ତାରେଣୀ ଜେନା, ଉଦ୍ଧବ ବେହେରା, ଚିତ୍ତ ବେହେରା ଓ କନିଷ୍ଟ ରାଜହଂସ ପ୍ରମୁଖ ସମାବେଶରେ ଯୋଗଦେଇଥିଲେ।

Comments are closed.