କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

ଭୁବନେଶ୍ୱର: କମିଛି ପେଟ୍ରୋଲ୍‌ ଓ ଡିଜେଲ୍ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟୁଥିବା ଦୃଷ୍ଟିରୁ ଘରୋଇ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ୍ ଦର କମିବାରେ ଲାଗିଛି। କମିଥିବା ଦର ଅନୁସାରେ ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୨ ପଇସା ହ୍ରାସ ଘଟି ୭୩ ଟଙ୍କା ୪୨ ପଇସା ହୋଇଛି । ତେବେ ମୁମ୍ୱାଇରେ ପେଟ୍ରୋଲ ଲିଟର ପିଛା ୧୨ ପଇସା, କୋଲକାତାରେ ୧୧ ପଇସା ଏବଂ ଚେନ୍ନଇରେ ୧୩ ପଇସା କମିଛି। ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୧୫ ପଇସା ହ୍ରାସ ଘଟି ୬୬ ଟଙ୍କା ୬୦ ପଇସାରେ ପହଞ୍ଚିଛି । ଡିଜେଲ ମୂଲ୍ୟ କୋଲକାତାରେ ୧୫ ପଇସା, ମୁମ୍ୱାଇ ଏବଂ ଚେନ୍ନଇରେ ୧୬ ପଇସା କମିଛି। ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପେଟ୍ରୋଲ ଲିଟର ପ୍ରତି ୧୨ ପଇସା ହ୍ରାସ ଘଟି ୭୨ ଟଙ୍କା ୭୩ ପଇସାକୁ ଖସିଆସିଛି । ଗୁରୁବାର ଏହା ଲିଟର ପ୍ରତି ୭୨ ଟଙ୍କା ୬୪ ପଇସା ରହିଥିଲା । ସେହିଭଳି ଏଠାରେ ଡିଜେଲ ଦର ଲିଟର ପିଛା ୧୬ ପଇସା ହ୍ରାସ ଘଟି ୭୧ ଟଙ୍କା ୫୩ ପଇସାରେ ପହଞ୍ଚିଛି। ଗୁରୁବାର ଏହା ଲିଟର ପିଛା ୭୧ ଟଙ୍କା ୬୯ ପଇସା ରହିଥିଲା ।

Comments are closed.