ପେଟ୍ରୋଲ ଓ ଡିଜେଲ ଦର ହ୍ରାସ

0

ନୂଆଦିଲ୍ଲୀ : କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଶନିବାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୧୯ ପଇସା ଲେଖାଏଁ ହ୍ରାସ ପାଇଛି। ଏହି ଦର ହ୍ରାସ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୬ଟଙ୍କା ୯୧ ପଇସା ହୋଇଥିବାବେଳେ ଡିଜେଲ ଦର ୭୧ଟଙ୍କା ୭୪ ପଇସା ହୋଇଛି। ଚଳିତ ନଭେମ୍ବର ମାସରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୨ଟଙ୍କା ୪୦ ପଇସା ଓ ୨ଟଙ୍କା ୧୦ ପଇସା ହ୍ରାସ ପାଇଲାଣି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଆଧାରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରାଯାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଗତମାସ ଅପେକ୍ଷା ପ୍ରାୟ ୨୦% ହ୍ରାସ ପାଇଛି।

Leave A Reply