ପେଟ୍ରୋଲ ୮ ଓ ଡିଜେଲ ୧୧ ପଇସା କମିଲା

0

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ସକରାତ୍ମକ ପ୍ରଭାବ ଭାରତୀୟ ତୈଳ ବଜାର ଉପରେ ପଡିଛି। ଫଳରେ ମଙ୍ଗଳବର ପେଟ୍ରୋଲ ଦର ଲିଟର ପିଛା ୮ରୁ ୯ ପଇସା ଏବଂ ଡିଜେଲ ଦର ଲିଟର ପିଛା ୧୧ ପଇସା ହ୍ରାସ ପାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮ ପଇସା ହ୍ରାସ ପାଇ ୭୧ ଟଙ୍କା ୧୯ ପଇସା ରହିଛି। ଡିଜେଲ ଦର ଲିଟର ପିଛା ୧୧ ପଇସା ହ୍ରାସ ପାଇ ୬୮ ଟଙ୍କା ୮୯ ପଇସାରେ ପହଞ୍ଚିଛି। କଲକତାରେ ପେଟ୍ରୋଲ ଦର ଲିଟର ପିଛା ୮ ପଇସା ହ୍ରାସ ପାଇ ୭୩ ଟଙ୍କା ୨୮ ପଇସା ଏବଂ ଡିଜେଲ ଦର ଲିଟର ପିଛା ୧୧ ପଇସା ହ୍ରାସ ପାଇ ୬୭ ଟଙ୍କା ୬୭ ପଇସା ରହିଛି। ମୁମ୍ବଇରେ ପେଟ୍ରୋଲ ଦର ହ୍ରାସ ପାଇ ଲିଟର ପିଛା ୭୬ ଟଙ୍କା ୮୨ ପଇସା ଏବଂ ଡିଜେଲ ଦର ଲିଟର ପିଛା ୬୯ ଟଙ୍କାରେ ପହଞ୍ଚିଛି। ଚେନ୍ନଇରେ ପେଟ୍ରୋଲ ଦର ଲିଟର ପିଛା ୯ ପଇସା ହ୍ରାସ ପାଇ ୭୩ ଟଙ୍କା ୯୦ ପଇସା ଏବଂ ଡିଜେଲ ଦର ଲିଟର ପିଛା ୧୧ ପଇସା ହ୍ରାସ ପାଇ ୬୯ ଟଙ୍କା ୬୧ ପଇସା ପହଞ୍ଚିଛି।
ପ୍ରକାଶଯୋଗ୍ୟ ଯେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୬୦ ଡଲାରରୁ ହ୍ରାସ ପାଇ ୫୯.୯୬ ଡଲାରରେ ପହଞ୍ଚିଛି। ଫଳରେ ଭାରୀତୟ ବଜାରରେ ତେଲ ଦର ହ୍ରାସ ପାଇଛି।

Leave A Reply