କମିଲା ପେଟ୍ରୋଲ ଓ ଡିଜେଲ ଦର

0

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୁଧବାର ମଧ୍ୟ ରାତ୍ରିରୁ ହ୍ରାସ ପାଇଥିଲେ ବି ଏହା ଆଶାନୁରୂପ ହୋଇନାହିଁ। ଏ କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ହ୍ରାସ ପାଇଥିବା ଦରରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହୋଇଛି। ଇଣ୍ଡିଆନ ଅଏଲ କମ୍ପାନୀର କହିବାନୁଯାୟୀ ପେଟ୍ରୋଲ ଦର ଲିଟର ପିଛା ୬ ପଇସା ହ୍ରାସ ପାଇଥିବାବେଳେ ଡିଜେଲ ଦର ଲିଟର ପିଛା ୧୨ ପଇସା କମିଛି। ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୬.୭୮ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୬୮.୩୫ ଟଙ୍କା ରହିଛି। ଦିଲ୍ଲୀକୁ ଛାଡିଦେଲେ ଅନ୍ୟ କୌଣସି ସହରରେ ପେଟ୍ରୋଲ କିମ୍ବା ଡିଜେଲରେ ଦର କମି ନାହିଁ।

Leave A Reply