ବଢ଼ିଲା ଭ୍ୟାଟ୍‌: ମହଙ୍ଗା ହେଲା ପେଟ୍ରୋଲ୍‌ ଓ ଡିଜେଲ୍‌

ଭୁବନେଶ୍ବର : ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ରାଜ୍ୟ ସରକାର ଭାଟ୍‌ ବଢ଼ାଇଛନ୍ତି। ପେଟ୍ରୋଲ୍‌ରେ ୨୬ ପ୍ରତିଶତରୁ ୩୨ ପ୍ରତିଶତ ଭାଟ୍‌ ବୃଦ୍ଧି କରାଯାଇଛି। ଡିଜେଲ୍‌ରେ ୨୬ପ୍ରତିଶତରୁ ୨୮ ପ୍ରତିଶତ ଭାଟ୍‌ ବୃଦ୍ଧି କରିଛନ୍ତି। ଭାଟ୍‌ ବୃଦ୍ଧି ପରେ ​‌େ​‌ପେଟ୍ରୋଲ୍‌ ଦର ୩ଟଙ୍କା ୧୧ ପଇସା ଏବଂ ଡିଜେଲ୍‌ ଦର ୧ଟଙ୍କା ୦୩ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ୍‌ ଓ ଡିଜେଲ ମହଙ୍ଗା ହୋଇଛି। ଭୁବନେଶ୍ବରରେ ପେଟ୍ରୋଲ୍‌ ଦର ଲିଟର ପିଛା ୭୧ଟଙ୍କା ୬୯ ପଇସାକୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ବରରେ ଡିଜେଲ୍‌ ଦର ୬୭ଟଙ୍କା ୭୩ ପଇସାକୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ବର୍ଦ୍ଧିତ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଆସନ୍ତାକାଲିଠାରୁ ଲାଗୁ କରାଯିବ।

Comments are closed.