ଜାଣନ୍ତୁ କିପରି କରିବେ ପେଟ୍ରୋଲ, ଡିଜେଲର ରକ୍ଷା

0

ନୂଆଦିଲ୍ଲୀ : ବହୁଦିନ ଧରି ଭାରତୀୟ ବଜାରରେ ତୈଳ ଦର ବଢି ବଢି ଚାଲିଛି। ସରକାର କମିବା ପାଇଁ ପତିଶୃତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ତେଣୁ ଏହି ତୈଳ ଚଢକରୁ ନିଜକୁ ରକ୍ଷା ପାଇବା ପାଇଁ ଗ୍ରାହକ ସବୁସମୟରେ ଚେଷ୍ଟା କରିଥାନ୍ତି। ତେଣୁ ଆସନ୍ତୁ ଜାଣିବା ନିଜ ଗାଡିର ପେଟ୍ରୋଲ କିମ୍ବା ଡିଜେଲର କିପରି ରକ୍ଷା କରିବେ।
ସହରରେ ଗାଡି ଚଳାଇବା ସମୟରେ ୪୦-୬୦ ଘଣ୍ଟା ପ୍ରତି ବେଗରେ ଯିବା ଦରକାର। ଏହାଦ୍ୱାରା ଉଭୟ ଇନ୍ଧନ ଓ ନିଜ ଜୀବନର ସୁରକ୍ଷା ହୋଇପାରିବ। ଏହାବ୍ୟତୀତ ଏୟାର ଫିଲ୍ଟର ସବୁବେଳେ ସଫା ରଖିବା ଦରକାର।
ଦୂର ଯାତ୍ରା ସମୟରେ ଲୋକମାନେ ସବୁବେଳେ ଗାଡିର ଆବଶ୍ୟକ ଓଜନ ଅନୁସାରେ ବହୁ ଜିନିଷ ନେଇଥାନ୍ତି ଯାହାଦ୍ୱାରା ଗାଡିର ଅଧିକ ଇନ୍ଧନ ଖର୍ଚ୍ଚ ହୋଇଥାଏ। ତେଣୁ ଗାଡିରେ ଆବଶ୍ୟକ ଅନୁସାରେ ଜିନିଷ ଯାତ୍ରା ସମୟରେ ନିଅନ୍ତୁ।
ଗାଡି ଟାୟାରରେ ପ୍ରେସର କମ ହେବା ଫଳରେ ଏହା ଇନ୍ଧନ ଉପରେ ପ୍ରଭାବ ପକାଇଥାଏ। ଟାୟାରରେ ପମ୍ପ କମ୍‍ ରହିବା ଫଳରେ ଏହା ଗାଡିର ଇନ୍ଧନ ଅଧିକ ବ୍ୟୟ କରିଥାଏ।

ଆପଣ ନିଜ ଗାଡିକୁ କୌଣସି ସ୍ଥାନରେ ରଖିବା ସମୟରେ ପଛ ଗିୟରର ଯେପରି ନ ବ୍ୟବହାର କରିବେ ସେଥିିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। କାରଣ ପଛ ଗିୟରର ଅଧିକ ବ୍ୟବହାର କଲେ ଗାଡିର ପେଟ୍ରୋଲ କିମ୍ବା ଡିଜେଲ ଅଧିକ ଖର୍ଚ୍ଚ ହୋଇଥାଏ।
ଆପଣ ସଡକରେ କୌଣସି ଟ୍ରାଫିକରେ ରହୁଥିବା ସମୟରେ ଗାଡିର ଗିୟରକୁ ନ୍ୟୁଟ୍ରାଲ କରିବାକୁ କେବେ ବି ଭୁଲନ୍ତୁ ନାହିଁ। ଗାଡିର ଗିୟରକୁ ବାରମ୍ବାର ପରିବର୍ତ୍ତନ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ଇଞ୍ଜିନ ଉପରେ ଏହାର ପ୍ରଭାବ ପଡି ଇନ୍ଧନ ବ୍ୟୟ ହୋଇଥାଏ।

Leave A Reply