ବଢିଲା ପେଟ୍ରୋଲ ଓ ଡିଜେଲ ଦର

0

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ମଧ୍ୟ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିନି। ଲଗାତାର ଦ୍ୱିତୀୟ ଦିନପାଇଁ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଆଇଓସିଏଲ୍‍ର ସୂଚନା ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୬.୫୦ ଟଙ୍କା, କୋଲକତାରେ ୭୯.୪୨ଟଙ୍କା, ମୁମ୍ବଇରେ ୮୩.୯୪ ଟଙ୍କା, ଚେନ୍ନଇରେ ୭୧.୮୬ଟଙ୍କା ରହିଛି।
ସେହିପରି ଦିଲ୍ଲୀରେ ଡିଜେଲ ପ୍ରତି ଲିଟର ଦର ୬୮.୦୨ଟଙ୍କା, କୋଲକତାରେ ୭୦.୮୦ଟଙ୍କା, ମୁମ୍ବଇରେ ୭୨.୨୧ ଟଙ୍କା, ଚେନ୍ନଇରେ ୭୧.୮୬ଟଙ୍କା ରହିଛି ।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ଦିନ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାପରେ ୭୩.୨୮ ଡଲାର ପ୍ରତି ବ୍ୟାରେଲ ହୋଇଛି।

Leave A Reply