ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥା ଗୁଡିକ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛନ୍ତି। କ୍ରମାଗତ ଭାବେ ତିନିଦିନ ହେଲା ତୈଳଦର ବୃଦ୍ଧି ପାଉଛି। ଆଜି ଭୁବନେଶ୍ବରରେ ପେଟ୍ରୋଲ ଉପରେ ୨୬ ପଇସା ଏବଂ ଡିଜେଲ ଉପରେ ୩୩ ପଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ଅନୁସାରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଦର ୧୦୩.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୮.୬୭ ଟଙ୍କାରେ ପହଞ୍ଚିଛି। କଟକରେ ପେଟ୍ରୋଲ ଲିଟର ପିଛା ଦୂର ୧୦୩.୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୮.୭୧ ଟଙ୍କା ହୋଇଛି। ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୮.୬୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ମୂଲ୍ୟ ୧୦୪.୦୬ ଟଙ୍କା ରହିଛି। ସୁନ୍ଦରଗଡରେ ପେଟ୍ରୋଲ ଲିଟର ଦାମ ୧୦୪.୦୯ ଟଙ୍କା ଥିବାବେଳେ ଡିଜେଲ ଲିଟର ଦାମ ୯୯.୭୧ ଟଙ୍କାରେ ପହଞ୍ଚିଛି। ସମ୍ବଲପୁରରେ ପେଟ୍ରୋଲ ଲିଟର ଦର ୧୦୩.୮୦ ଟଙ୍କା ଏବଂ ଡିଜେଲ ଲିଟର ଦର ୯୯.୪୩ ଟଙ୍କାରେ ଗ୍ରାହକଙ୍କୁ ବିକ୍ରୟ କରାଯାଉଛି।

Comments are closed.