ଆଇପିଏଲ୍ ପୂର୍ବରୁ ଅଡ଼ୁଆରେ ବିରାଟ କୋହଲି, ମାଡ଼୍ରାସ ହାଇକୋର୍ଟରେ ମାମଲା ରୁଜୁ

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଅଡ଼ୁଆରେ । ଆଗକୁ ଆଇପିଏଲ୍ ଥିବା ସମୟରେ ରୟାଲ ଚ୍ୟାଲେଞ୍ଜର୍ସ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଗିରଫ କରିବା ନିମନ୍ତେ ମାଡ଼୍ରାସ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଅନଲାଇନ୍ ଜୁଆ ଖେଳକୁ ପ୍ରୋତ୍ସାହନ କରୁଥିବା ଏକ ମୋବାଇଲ ଆପ୍ ବିଜ୍ଞାପନ କରୁଥିବାରୁ  ତାଙ୍କ ବିରୋଧରେ ଅଭିଯୋଗ ଆସିଛି । କେବଳ ବିରାଟ କୋହଲି ନୁହନ୍ତି, ଦକ୍ଷିଣୀ ଅଭିନେତ୍ରୀ ତମନ୍ନା ଭାଟିଆ ମଧ୍ୟ ଏହି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ ବିରାଟ ଓ ତମନ୍ନାଙ୍କର ଯୁବ ପିଢ଼ି ଉପରେ ଯଥେଷ୍ଟ ପ୍ରଭାବ ରହିଛି । ମାତ୍ର ସେମାନେ ଅନଲାଇନ ଜୁଆଖେଳ ଆପ୍ କୁ ପ୍ରୋତ୍ସାହିତ କରୁଥିବାରୁ ଏହା ସେମାନଙ୍କୁ ପ୍ରଭାବିତ କରିବ । ତେଣୁ ଏମାନଙ୍କୁ ଗିରଫ କରାଯାଉ ବୋଲି ଆବେଦନ କରାଯାଇଛି ।

ସୂଚନା ଅନୁସାରେ ଏହି ଆବେଦନ ଚେନ୍ନଇର ଜଣେ ଓକିଲ ଦାୟର କରିଛନ୍ତି ଏବଂ ଏହି ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମଧ୍ୟ ଅନୁରୋଧ କରୁଛନ୍ତି । ଆସନ୍ତା ୪ ତାରିଖରେ ଏହାର ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଛି ।

Comments are closed.