ମହିଳା ଓ ପୁରୁଷଙ୍କ ବିବାହ ବୟସ ସମାନ କରିବାକୁ କୋର୍ଟରେ ମାମଲା,୧୯ ଫେବୃଆରୀ‌ରେ ଶୁଣାଣୀ

ନୂଆଦିଲ୍ଲୀ: ଉଭୟ ପୁରୁଷ ଏବଂ ମହିଳାଙ୍କ ବିବାହର ବୟସ ସମାନ କରାଯାଉ । ଏନେଇ ଏକ ମାମଲା ବୁଧବାର ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଛି। ଏହି ମାମଲାରେ ଦର୍ଶାଯାଇଛି ଯେ ଉଭୟ ପୁରୁଷ ଏବଂ ମହିଳାଙ୍କ ବିବାହର ବୟସ ସୀମା ସମାନ କରାଯାଉ। ବର୍ତ୍ତମାନ ମହିଳାଙ୍କ ବିବାହର ବୟସ ସୀମା ୧୮ ବର୍ଷ ଥିବାବେଳେ ପୁରୁଷଙ୍କ ବିବାହ ବୟସ ସୀମା ୨୧ ବର୍ଷ ରହିଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ସେମାନେ ଏହି ପ୍ରସଙ୍ଗ ଉପରେ ବିଭିନ୍ନ ପକ୍ଷଙ୍କ ଠାରୁ ମତାମତ ଗ୍ରହଣ କରୁଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଓକିଲ ଦିଲ୍ଲୀ ହାଇକୋର୍ଟକୁ ସୂଚନା ଦେଇ କହିଛନ୍ତି ଯେ ଏହି ପ୍ରସଙ୍ଗରେ କୌଣସି ସତ୍ୟପାଠ ଦାଖଲ କରାଯାଇନାହିଁ। କେନ୍ଦ୍ର ସରକାରଙ୍କ ଓକିଲ ସତ୍ୟପାଠ ଦାଖଲ ହୋଇନଥିବା କହିବା ପରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ପରବର୍ତ୍ତି ଶୁଶାଣୀ ୨୦୨୦ ଫେବୃଆରୀ ୧୯ କରିବାପାଇଁ ସମୟ ଧାର୍ୟ୍ୟ କରିଛନ୍ତି।

Comments are closed.