ହଲିଉଡ କମ୍ପ୍ୟୁଟର ଆନିମେଟେଡ କମେଡ଼ୀ ଚଳଚ୍ଚିତ୍ର “ପିଟର ରାବିଟ-୨”ର ଟ୍ରେଲର ରିଲିଜ୍

ମୁମ୍ବଇ : ହଲିଉଡର କମ୍ପ୍ୟୁଟର ଆନିମେଟେଡ ହାସ୍ୟରସାତ୍ମକ ଚଳଚ୍ଚିତ୍ର “ପିଟର ରାବିଟ-୨”ର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଉଇଲ ଗ୍ଲକଙ୍କ ନିର୍ଦେଶନାରେ ସିନେମାଟି ନିର୍ମାଣ ହୋଇଛି। ଏହା ଏକ କମ୍ପ୍ୟୁଟର ଆନିମେଟେଡ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ୨୦୨୦ମସିହା ଫେବୃଆରୀ ୭ରେ ମୁକ୍ତିଲାଭ କରିବ। ଏନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ କରି ସୂଚନା ଦେଇଛନ୍ତି।


ଗତବର୍ଷ ଅର୍ଥାତ ୨୦୧୮ମସିହା ଫେବୃଆରୀ ୨ରେ ମୁକ୍ତିଲାଭ କରିଥିବା ପିଟର ରାବିଟର ଏହା ଦ୍ବିତୀୟ ଭାଗ। ଏହି ସିନେମାର କମେଡ଼ୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହା ହିଟ୍ ମଧ୍ୟ ହୋଇଥିଲା।

Comments are closed.