ପିଟର୍‍ଙ୍କୁ ବିବାହ ବିଚ୍ଛେଦ ନୋଟିସ ପଠାଇଲେ ଇନ୍ଦ୍ରାଣୀ

0

ମୁମ୍ବଇ : ସୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ସ୍ୱାମୀ ପିଟର୍‍ ମୁଖାର୍ଜୀଙ୍କଠାରୁ ବିବାହ ବିଚ୍ଛେଦ ଘଟାଇବାକୁ ଚାହୁଛନ୍ତି। ଏ ନେଇ ସେ ପିଟର୍‍ଙ୍କୁ ଏକ ନୋଟିସ୍‍ ପଠାଇଛନ୍ତି। ସେମାନଙ୍କ ବୈବାହିକ ସମ୍ପର୍କ ତୁଟିଯାଇଛି ବୋଲି ବିକୁଲା କାରାଗାରରେ ବନ୍ଦୀ ଥିବା ଇନ୍ଦ୍ରାଣୀ ଦର୍ଶାଇଛନ୍ତି। ଏପ୍ରିଲ ୩୦ ପୂର୍ବରୁ ଆର୍ଥିକ ବିବାଦର ଆପୋଷ ସମାଧାନ କରିବାକୁ ମଧ୍ୟ ଉକ୍ତ ନୋଟିସ୍‍ରେ ଉଲ୍ଲେଖ କରାଯାଇଛି; ଯାହାଦ୍ୱାରା ବିବାହ ବିଚ୍ଛେଦ ସମ୍ବନ୍ଧୀୟ ମାମଲା ଆଗକୁ ବଢିପାରିବ ବୋଲି ସେଥିରେ ଦର୍ଶାଯାଇଛି। ଇନ୍ଦ୍ରାଣୀ ଜଣେ ଓକିଲଙ୍କ ଜରିଆରେ ଏପ୍ରିଲ ୨୫ରେ ପିଟରଙ୍କୁ ଏହି ନୋଟିସ୍‍ ପଠାଇଥିବା ଜଣାପଡିଛି। ସୀନା ବୋରା ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ପିଟ୍‍ର ଆର୍ଥର ରୋଡ୍‍ ଜେଲ୍‍ରେ ବନ୍ଦୀ ଅଛନ୍ତି।

Leave A Reply