କୋଭିଡ-୧୯ ମହାମାରୀ ଓ ଆର୍ଥିକ ଅନିଶ୍ଚିତତା

ନୂଆଦିଲ୍ଲୀ : ଏକ ସର୍ଭେରୁ ଜଣାପଡିଛି ଯେ  ପ୍ରାୟ ୪୫ ପ୍ରତିଶତ ଭାରତୀୟ କୋଭିଡ-୧୯ ପରେ ଅର୍ଥନୈତିକ ପୁନରୁଦ୍ଧାରକୁ ନେଇ ଅନିଶ୍ଚିତତା ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଆର୍ଥିକ ବିଷୟଗୁଡ଼ିକର ଦୃଷ୍ଟିକୋଣରୁ ଅତି କମରେ ଏକ ବର୍ଷ ଧୀର ଅଭିବୃଦ୍ଧି ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି, ଯାହା ସେମାନଙ୍କ ପରିବର୍ତ୍ତନରେ ପ୍ରତିଫଳିତ ହୋଇଛି।

ଡିଜିଟାଲ୍ ଆର୍ଥିକ ପରିଚାଳନା ସେବା ପ୍ରଦାନକାରୀ ସ୍କ୍ରିପବକ୍ସ ଦ୍ୱାରା ଜୁଲାଇ ମାସରେ ୧,୪୦୦ ରୁ ଅଧିକ ପ୍ରାପ୍ତ ବୟସ୍କ ଭାରତୀୟଙ୍କ ମଧ୍ୟରେ ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବା ପାଇଁ ସେମାନଙ୍କର ଆର୍ଥିକ ପ୍ରସ୍ତୁତିର ଆକଳନ କରାଯାଇଥିଲା।
ଉତ୍ତରଦାତାମାନଙ୍କ ମଧ୍ୟରୁ ୮୩ ପ୍ରତିଶତ ପୁରୁଷ ଏବଂ ୧୭ ପ୍ରତିଶତ ମହିଳା ଥିଲେ। ସ୍କ୍ରିପବକ୍ସର ଆର୍ଥିକ ସ୍ୱାଧୀନତା ସର୍ବେକ୍ଷଣ ୨୦୨୦ ଅନୁଯାୟୀ, ୫୦ ପ୍ରତିଶତ ଉତ୍ତରଦାତା ବିଚକ୍ଷଣ ଖର୍ଚ୍ଚ ନ କରିବାକୁ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଅଧିକ ସଞ୍ଚୟ କରିବାକୁ ଯୋଜନା କରିଛନ୍ତି।

ଏହାସହ ୨୮% ଅଣ-ଅତ୍ୟାବଶ୍ୟକ ଖର୍ଚ୍ଚ ହ୍ରାସ କରିବା, ୨୨% ଜରୁରୀକାଳୀନ ସମୟରେ ଆର୍ଥିକ ସମସ୍ୟା ପାଇଁ କର୍ପସ ପାଣ୍ଠି ବଢାଇବା ଏବଂ ୧୦% କହିଛନ୍ତି ଯେ ସେମାନେ ସେମାନଙ୍କର ଇଏମଆଇ ବୋଝ ହ୍ରାସ କରିବା ପାଇଁ ପ୍ରୟାସ କରିବେ।

ପ୍ରତି ଦୁଇଜଣ ଭାରତୀୟଙ୍କ ମଧ୍ୟରୁ ଜଣେ (୪୫%) ଏହାକୁ ଆର୍ଥିକ ଅନିଶ୍ଚିତତାର ସମୟ ବୋଲି କହିଛନ୍ତି। ଅର୍ଥନୀତିର ଅବସ୍ଥା ବିଷୟରେ ଅନିଶ୍ଚିତତାର ସହ ଅତି କମରେ ଏକ ବର୍ଷ ଧୀର ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସର୍ଭେରେ କୁହାଯାଇଛି।
ସମସ୍ତ ଉତ୍ତରଦାତାମାନଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତ ସେମାନଙ୍କର ଇଏମଆଇ ଭରଣା କରୁଛନ୍ତି ଯାହାକି ସେମାନଙ୍କର ମାସିକ ଆୟର ୧୫ ରୁ ୩୦ ପ୍ରତିଶତ ହୋଇଥିବାବେଳେ ୧୧ ପ୍ରତିଶତଙ୍କର ମାସିକ ଆୟର ୫୦ ପ୍ରତିଶତରୁ ଅଧିକ ଇଏମଆଇ ଭଳି ଋଣ ଭାର ଚାପରେ ରହିଛନ୍ତି।
କୋଭିଡ-୧୯ ମହାମାରୀ ଭାରତୀୟମାନଙ୍କୁ ଅଧିକ ସଞ୍ଚୟ କରିବା ପାଇଁ ଆର୍ଥିକ ପଦକ୍ଷେପ ନେବାକୁ ଉତ୍ସାହିତ କରିଛି ଏବଂ ଏହି ସଞ୍ଚୟ ସେମାନଙ୍କ ଧନ ବୃଦ୍ଧିର ମାଧ୍ୟମ ହେବ ମୋଲି ସର୍ଭେ ପକ୍ଷରୁ କୁହାଯାଇଛି।
ଏହି ସର୍ଭେରୁ ଜଣାପଡିଛି ଯେ ୨୮ ପ୍ରତିଶତ ସେମାନଙ୍କ ସମ୍ପତ୍ତି ବଢାଇବା ପାଇଁ ଆର୍ଥିକ ଯୋଜନା ସହିତ ଆରମ୍ଭ କରିବାକୁ ଚାହୁଁଛନ୍ତି, ୨୩ ପ୍ରତିଶତ ଜରୁରୀକାଳୀନ ପରିସ୍ଥିତି ପାଇଁ ଆର୍ଥିକ କର୍ପସ ପାଣ୍ଠି ପ୍ରତିଷ୍ଠା କରିବେ ଏବଂ ୧୮ ପ୍ରତିଶତ ଅବସର ପାଇଁ ସଞ୍ଚୟ କରିବାକୁ ଚାହୁଁଛନ୍ତି। ଏଥିରେ କୁହାଯାଇଛି ଯେ ପିଲାମାନଙ୍କ ଶିକ୍ଷା ଏବଂ ଘର କିଣିବାରେ ମାତ୍ର ୧୦ ପ୍ରତିଶତ ଉତ୍ତରଦାତା ପ୍ରାଧାନ୍ୟ ଦେଇଥିଲେ।
ଅଧିକନ୍ତୁ, ୫୦ ପ୍ରତିଶତ ଉତ୍ତରଦାତା ଆର୍ଥିକ ଯୋଜନାରେ ବାହ୍ୟ ସହାୟତା ପାଇବାକୁ ଚାହୁଁଛନ୍ତି।

‘ମହାମାରୀର ଅର୍ଥନୀତି ଉପରେ ପ୍ରଭାବ ପଡିଥିବାବେଳେ ଏହି ସର୍ଭେ ସୂଚାଇ ଦେଇଛି ଯେ ଆର୍ଥିକ ଯୋଜନାର ଆବଶ୍ୟକତା ବିଷୟରେ ଭାରତୀୟମାନେ ଅଧିକ ସଚେତନ ହେଉଛନ୍ତି। ସେମାନଙ୍କର ଧନ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ଇଚ୍ଛା ମଧ୍ୟ ଭାରତର ଅଭିବୃଦ୍ଧି କାହାଣୀ ପାଇଁ ଭଲ ଅଟେ।’ ଅତୁଲ ସିଙ୍ଘଲ ସ୍କ୍ରିପବକ୍ସର ପ୍ରତିଷ୍ଠାତା ତଥା ସିଇଓ।

ପ୍ରତି ଦୁଇ ଭାରତୀୟଙ୍କ ମଧ୍ୟରୁ ଜଣେ ଆର୍ଥିକ ସ୍ୱାଧୀନତାର ସଂକଳ୍ପ ବୁଝୁଥିବାବେଳେ ଅଧିକାଂଶ (୭୦ ପ୍ରତିଶତ) ଉତ୍ତରଦାତା ଏହାକୁ କିପରି ହାସଲ କରିବେ ସେ ବିଷୟରେ ଅନିଶ୍ଚିତ। ଅଧିକନ୍ତୁ, ଆର୍ଥିକ ସ୍ୱାଧୀନତା ହାସଲ କରିବାରେ ସକ୍ଷମ ହେବାରେ ମହିଳା (୭୫ ପ୍ରତିଶତ) ପୁରୁଷଙ୍କ ତୁଳନାରେ କମ୍ ଆତ୍ମବିଶ୍ୱାସୀ (୬୭ ପ୍ରତିଶତ)।

Comments are closed.