ମହାପ୍ରଭୁଙ୍କ ଘୋଷଯାତ୍ରା ହେବାନେଇ ବଢିଲା ସମ୍ଭାବନା, ରଥ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ମହାମାରୀ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବାନେଇ ସମ୍ଭାବନା ବଢିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରୀଗୁଣ୍ଡିଚା ଦିନ ରଥ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ମିଳିଛି । ଆଜି ଶ୍ରୀମନ୍ଦିର ପୁରୋହିତଙ୍କୁ ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ପ୍ରଦାନ କରିଛି ଶ୍ରୀ ମନ୍ଦିର ପ୍ରଶସାନ । ତେବେ ଅନୁମତି ପତ୍ର ମିଳିବା ନେଇ ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଏବେ ମହାପ୍ରଭୁଙ୍କ କୃପାରୁ ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲୁ ରହିଛି । ଏଭଳି ସ୍ଥିତିରେ ଆଶା କରିବା ମହାପ୍ରଭୁଙ୍କ ରଥଯାତ୍ରା ହେଉ ।

ତେବେ ରାଜ୍ୟରେ ବର୍ତ୍ତମାନ ପରିସ୍ଥିତିରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ବଢିବାରେ ଲାଗିଛି । କରୋନା କଟକଣା ଅନେକାଂଶରେ ମହାପ୍ରଭୁଙ୍କ ପରମ୍ପରା ଉପରେ ମଧ୍ୟ ପ୍ରଭାବ ପକାଇଛି । ଏହାରି ଭିତରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଥିଲା । ହେଲେ ଏବେ ରଥଯାତ୍ରା ନେଇ ଆଶା ବଢୁଛି । ଅନ୍ୟପଟେ ପୁରୀକୁ ସମ୍ପୁର୍ଣ୍ଣ ସିଲ୍ କରି ରଥଯାତ୍ରା କରିବା ନେଇ ମତ ପ୍ରକାଶ ପାଇଥିଲା।

Comments are closed.