ଡିଜିସିଏ କଟକଣା ଯୋଗୁ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ପାରିଲେନି କେସିଆର, ଜଗନ

ବିଜୟୱାଡା : ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ (ଡିଜିସିଏ)ଙ୍କ କଟକଣା ଯୋଗୁ ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତି ୱାଇ ଏସ୍‌ ଜଗନ ମୋହନ ରେଣ୍ଡୀ ଏବଂ ତେଲେଙ୍ଗାନା ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ (କେସିଆର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇପାରି ନାହାନ୍ତି। ଜଗନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଉଭୟ ନେତା ଏକ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଅପରାହ୍ଣ ୩ଟା ୨୦ ମିନିଟରୁ ରାତି ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟସୂଚୀଭୁକ୍ତ ନ ଥିବା ବିମାନ ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ନେଇ କଟକଣା ରହିଛି। ଏଣୁ ଡିଜିସିଏ ପକ୍ଷରୁ ଜଗନ ଓ କେସିଆରଙ୍କ ବିମାନକୁ ଅବତରଣ ଅନୁମତି ମିଳି ନ ଥିଲା। ଫଳରେ ଉଭୟ ନେତା ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି। ଏହି ସମୟରେ କେସିଆର ଓ ଡିଏମକେ ନେତା ଏମ. କେ. ଷ୍ଟାଲିନଙ୍କୁ ଜଗନ ଅମରାବତୀସ୍ଥିତ ନିଜ ବାସଭବନରେ ଏକ ନୈଶ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି।

Comments are closed.