ଦିନେ ଛାତ୍ର ଥିଲେ, ଏବେ ନିର୍ଦ୍ଦେଶକ – ବୁର୍ଲା ଭିମସାରରେ ଯୋଗଦେଲେ ପ୍ରଫେସର ଲଳିତ ମେହେର

ବୁର୍ଲା: ବୁର୍ଲା ଭିମସାରର ବହୁ ପ୍ରତିକ୍ଷିତ ସ୍ଥାୟୀ ନିର୍ଦ୍ଦେଶକ ପଦଷିକ୍ତ ହେଲେ ବଲାଙ୍ଗିର ଭୀମଭୋଈ ମେଡ଼ିକାଲ କଲେଜର ପୁର୍ବତନ ଅଧ୍ୟକ୍ଷ ପ୍ରଫେସର ଲଳିତ ମେହେର। ପ୍ରଫେସର ଡାକ୍ତର ମେହେର ଯୋଗଦାନ କରିବାର ପ୍ରଥମ ଦିନ ଯେତେବେଳେ ଭିମସାରର ନିର୍ଦ୍ଦେଶକ ପଦବୀରେ ବସିଥିଲେ ସେତେବେଳେ ଅତ୍ୟନ୍ତ ଗର୍ବ ଅନୁଭବ କରିଥିଲେ। କାରଣ ସେ ଦିନେ ଭିମସାର ମେଡିକାଲ କଲେଜର ଛାତ୍ର ଥିଲେ ଏବଂ ବର୍ତ୍ତମାନ ଯେଉଁ ଅନୁଷ୍ଠାନରେ ସେ ପାଠ ପଢିଥିଲେ ଆଜି ସେହି ଅନୁଷ୍ଠାନର ମୂଖ୍ୟ ହୋଇଛନ୍ତି ବୋଲି କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଏହି ସଫଳତାର ଶ୍ରେୟ କାହାକୁ ଦେବେ ଏବଂ କିଭଳି ଅନୁଭବ କରୁଛନ୍ତି ବୋଲି ପଚାରା ଯିବାରୁ ପ୍ରଫେସର ମେହେର ଭାବବିହ୍ୱଳ ହୋଇ ତାଙ୍କ ଆଖି ଛଳ ଛଳ ହୋଇ ପଡିବା ସହିତ ନିର୍ଦ୍ଦେଶକ ପଦବୀ ଅବସ୍ଥାପିତ ହେବା ମୋର ମା’ ବାପା ଏବଂ ଭଗବାନଙ୍କ ଆର୍ଶିବାଦ ବୋଲି କହିଥିଲେ। ସ୍ୱପ୍ନରେ ସୁଦ୍ଧା ଚିନ୍ତା କରି ନ ଥିଲି ଯେଉଁ ଭିମସାରରେ ମୁଁ ଛାତ୍ର ଭାବରେ ଶିକ୍ଷାଗ୍ରହଣ କରୁଥିଲି ଏବଂ ସେହି ଅନୁଷ୍ଠାନର ମୁଁ ମୁଖ୍ୟ ଭାବରେ ଯୋଗଦାନ ଦେବି ବୋଲି ପ୍ରଫେସର ମେହେର ପ୍ରକାଶ କରିଥିଲେ। ସର୍ବପ୍ରଥମେ ଭିମସାରର ଖାଲି ହୋଇ ପଡ଼ି ରହିଥିବା ପଦବୀ ପୁରଣ କରିବା ପାଇଁ ଚେଷ୍ଟିତ ରହିବି ଏବଂ ଏହା ସହିତ ବହୁଦିନ ଧରି ଅଟକି ରହିଥିବା ବରିଷ୍ଠ ଡ଼ାକ୍ତରଙ୍କ ପଦୋନ୍ନତିକୁ ପ୍ରାଧାନ୍ୟତା ଦିଆଯିବା ଉପରେ ମତବ୍ୟକ୍ତ କରିଥିଲେ। ଏହା ସହିତ ଯେପରି ଭାବରେ ଶୃଙ୍ଖଳିତ ଭାବରେ ଫାକୁଆଲଟି, ଡ଼ାକ୍ତର, ସେବିକା ଏବଂ କର୍ମଚାରୀ କାମ କରିବା ସହିତ ରୋଗୀସେବାକୁ ପ୍ରାଧାନ୍ୟ ଦେବେ ବୋଲି ପ୍ରଫେସର ମେହେର କହିଥିଲେ। ଏହା ସହିତ ପଶ୍ଚିମ ଓଡ଼ିଶା ସମେତ ବାହାର ସ୍ତାନରୁ ଆସୁଥିବା ରୋଗୀ ମାନଙ୍କୁ ସେ ଧୈର୍ଯ୍ୟ ଧରିବା ପାଇଁ କହିବା ସହିତ ନିଶ୍ଚିତ ଭାବରେ ଭିମସାରର ସମାସ୍ୟା ସମାଧାନ ହେବା ସହିତ ଚିକିତ୍ସା ସେବା ମଧ୍ୟ ସୁଧୁରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏହା ସହିତ ରୋଗୀଙ୍କୁ ବିଶେଷଜ୍ଞ ଡ଼ାକ୍ତର ଉପରେ ଦୃଢ଼ବିଶ୍ୱାସ ଏବଂ ଭରସା ରଖିବା ପାଇଁ ପରାମର୍ଶ କରିଥିଲେ ଯାହା ଫଳରେ ଆରୋଗ୍ୟତା ଶୀଘ୍ର ମିଳିବା ସହିତ ବ୍ୟବସ୍ତା ସୁଧୁରିବ ବୋଲି ମତପ୍ରକାଶ କରିଥିଲେ।

Comments are closed.