ପେପ୍‍ସିକୋ ସିଇଓ ପଦ ଛାଡିବେ ଇନ୍ଦିରା, ରାମୋନ ଲାଗୁର୍ତା ହେବେ ନୂଆ ସିଇଓ

0

ନୂଆଦିଲ୍ଲୀ : ଆମେରିକାର ମୃଦୁପାନୀୟ କମ୍ପାନୀ ପେପ୍‍ସିକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରେ ୧୨ ବର୍ଷ ଧରି କାର୍ଯ୍ୟ କରିବା ପରେ ଇନ୍ଦିରା ନୁଇ ଆସନ୍ତା ଅକ୍ଟୋବର ୩ ତାରିଖରେ ଏହି ପଦରୁ ଅବ୍ୟାହତ ନେବେ ବୋଲି କମ୍ପାନୀ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ତାଙ୍କ ସ୍ଥାନରେ ପେପ୍‍ସିକୋର ସଭାପତି ରାମୋନ ଲାଗୁର୍ତା ସିଇଓ ହେବେ। ଏହି ପଦ ଛାଡିବାପରେ ଇନ୍ଦିରା କମ୍ପାନୀର ଅଧ୍ୟକ୍ଷ ଭାବେ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
ଇନ୍ଦିରା କମ୍ପାନୀର ପ୍ରଥମ ମହିଳା ସିଇଓ ହେବାର ଗୌରବ ଲାଭ କରିଥିଲେ। କମ୍ପାନୀର ଘୋଷଣା ପରେ ଇନ୍ଦିରା କହିଥିଲେ ଯେ ପେପ୍‍ସିକୋର ନେତୃତ୍ୱ ନେବା ମୋ ଜୀବନର ସବୁଠୁ ସ୍ମରଣୀୟ ଦିନ ଥିଲା। ୧୨ ବର୍ଷ ଧରି କମ୍ପାନୀର ସ୍ୱାର୍ଥ ହାସଲ ଦିଗରେ ମୁଁ ଯାହା ବି କରିଛି ସେଥିପାଇଁ ଗର୍ବିତ ଅନୁଭବ କରୁଛି। ଆଜି ପେପ୍‍ସିକୋ ବିଶ୍ୱର ଏକ ଆଗଧାଡିର କମ୍ପାନୀ ହୋଇପାରିଛି ଓ ଆଗକୁ ଏହି ସ୍ଥାନ ବଜାୟ ରଖିବ ବୋଲି ଆଶା କରୁଛି। ଉଲ୍ଲେଖ ଯେ ଇନ୍ଦିରା ନୁଇ ୨୪ ବର୍ଷ ଧରି ପେପ୍‍ସିକୋରେ କାର୍ଯ୍ୟ କରୁଛନ୍ତି।

Leave A Reply