ସାମାଜିକ କାର୍ଯ୍ୟ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ଲୋକଙ୍କ ବିଶ୍ଵାସଭାଜନ କରାଇଛି – ମୋହନ ଭାଗବତ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ଆରଏସଏସ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟ ଯୋଗୁଁ ସଂଗଠନରେ ଲୋକଙ୍କ ବିଶ୍ୱାସ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତାଙ୍କର ଦୁଇ ଦିନିଆ ଜୟପୁର ଗସ୍ତର ପ୍ରଥମ ଦିନରେ ଶ୍ରୀ ଭାଗବତ କରୋନା ମହାମାରୀ ସମୟରେ ସେମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ଉପରେ ଆରଏସଏସ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ।

ସେ କହିଛନ୍ତି ଯେ ସମାଜରେ ଘଟୁଥିବା ମନ୍ଦ ଘଟଣା ଦୂର କରିବା ପାଇଁ ସାମାଜିକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବା ଜରୁରୀ। ଏହି ଅବସରରେ ସେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଦିଆଯାଉଥିବା ତାଲିମ ଏବଂ ବିଭିନ୍ନ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରିଛନ୍ତି।

Comments are closed.