ନଛୋଡବନ୍ଧା ମାନିଲେନି: ଡଙ୍ଗା ଭସାଇଲେ, ବୁଡ ପକାଇଲେ

ପାଟଣା: ଡଙ୍ଗା ଭସାରେ କଟକଣା ପାଇଁ ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣମୀ ଗାଇଡଲାଇନ ଜାରି କରିଥିଲେ । ନଦୀ ଅଥବା ପୋଖରୀରେ ଗହଳି କରି ଡଙ୍ଗା ଭସାଇବା ଉପରେ ରୋକ ଲଗାଇଥିଲେ। ହେଲେ ନଦୀ କୁ ନାଁ ନିର୍ଦ୍ଦେଶକୁ ନଛୋଡବନ୍ଧା ମାନିଲେନି । ନଦୀକୁ ଗଲେ, ବୁଡ ପକାଇଲେ ଡଙ୍ଗା ବି ଭସାଇଲେ। ଏଥର ନଦୀଘାଟ ମାନଙ୍କରେ ସେଭଳି ବେଶି ଭିଡ ନଥିଲା । ତେବେ ସରକାରୀ କଟକଣାକୁ ଶତ ପ୍ରତିଶତ ପାଳନ କରିଥିଲେ ବୋଇତ ବନ୍ଦାଣ ଆୟୋଜନକାରୀ। ପାଟଣା ବ୍ଲକ ରାଜନଗର ସ୍ଥିତ ପୂଣ୍ୟତୋୟା ବୈତରଣୀ ତଟ ଶୈବ୍ୟା କାବେରୀ ତୀର୍ଥ ରେ ଚଳିତ ବର୍ଷ ଐତିହାସିକ ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ତେବେ ପାଟଣାର ବୈତରଣୀ ତଟ ପରମେଶ୍ଵର ମନ୍ଦିର ସଂଲଗ୍ନ ଅନୂସୟା ଘାଟ ସମତେ ରାଜନଗର ଘାଟ, ତୁରୁମୁଙ୍ଗା ଘାଟ, ଅଙ୍କୁରା ଘାଟ, ଏରେଣ୍ଡେଇ ଘାଟ ଓ ଭୀମକୁଣ୍ଡ ଠାରେ ଆଜି ଶହ ଶହ ଶ୍ରଦ୍ଧାଳୁ ବୈତରଣୀରେ ବୁଡ ଦେବା ସହ ନଦୀରେ ଡଙ୍ଗା ଭସାଇଛନ୍ତି। କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରତିଘରେ ଚଉଁରା ମୁଳେ ମୁରୁଜ ପକାଯିବା ଘଟଣା ଅଞ୍ଚଳରେ କାର୍ତ୍ତିକ ପୂର୍ଣ୍ଣମୀକୁ ରଙ୍ଗୀନ ଓ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି କରିଛି।

Comments are closed.