ପଞ୍ଚାୟତ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତରକୁ ନେଇ ପଞ୍ଚାୟତବାସୀଙ୍କ ବିରୋଧ

ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଲିଖିତ ଅଭିଯୋଗ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ୨୦୧୬ ମସିହାରେ ଲାଞ୍ଜିଗଡ ପଞ୍ଚାୟତକୁ ଭାଗ କରି ବସନ୍ତପଡା ଓ ଜଗନ୍ନାଥପୁର ଦୁଇଗୋଟି ନୂତନ ପଞ୍ଚାୟତ ଗଠିତ ହୋଇଥିଲା। ଲୋକଙ୍କ ଅସୁବିଧା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ବସନ୍ତପଡା, କଂସାରି, ଡେଙ୍ଗସର୍ଗି, ସିନ୍ଧିବାହାଲି, ବନ୍ଧଗୁଡା,କୋଟଦ୍ୱାର, ବୁଣ୍ଡେଲ ଓ ରେଙ୍ଗୋପାଲି ୮ ଗୋଟି ଗ୍ରାମକୁ ନେଇ ଏହି ବସନ୍ତପଡା ପଞ୍ଚାୟତ ଗଠିତ ହୋଇଥିଲା। ବର୍ତ୍ତମାନ ୧୦୧୬ ମସିହା ଡିସେମ୍ବର ୧୧ ତାରିଖ ଦିନ ଠାରୁ ବସନ୍ତପଡା ଗ୍ରାମଠାରେ ଏକ ଅସ୍ଥାୟୀ ଗୃହlରେ  ଏପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟକ୍ଷମ ହୋଇ ଆସୁଅଛି। ଏହାକୁ ନେଇ ପଞ୍ଚାୟତବାସୀ ସ୍ଥାୟୀ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ବ୍ଲକ ପ୍ରଶାସନର ନିର୍ଦ୍ଦେଶ କ୍ରମେ ପଞ୍ଚାୟତବାସୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ କରି ତହସିଲଦାରଙ୍କ ନିର୍ଣ୍ଣୟ ପାଇଁ ଦେଇଥିଲେ। କିନ୍ତୁ ଚିହ୍ନଟ ଜମିକୁ ତହସିଲଦାର ଜଙ୍ଗଲ ଜମି ଅଧୀନରେ ଥିବା କହି ସେହି ସ୍ଥାନକୁ ପରିବର୍ତ୍ତନ କରାଯାଇଥିଲା। ପରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ ଆରଆଇ ଗାଁ ନିକଟରେ ଥିବା ଖୁଟୁଲା ଜଙ୍ଗଲ ଠାରେ ଜମି ଚିହ୍ନଟ କରିଥିଲେ। ସେହି ସ୍ଥାନକୁ ପ୍ରଶାସନ ନିର୍ଦ୍ଦେଶ କ୍ରମେ ପଞ୍ଚାୟତବାସୀ ଓ ବସନ୍ତପଡା ଗ୍ରାମବାସୀଙ୍କ ସହିତ ସରପଞ୍ଚଙ୍କ ଉପସ୍ଥିତରେ ସମତଳ କରାଯାଇଥିଲା। କାର୍ଯ୍ୟାଳୟକୁ ଯିବାପାଇଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଜାଗା ଦେଇ ଯିବାକୁ ପଡୁଥିବା ବେଳେ ବ୍ୟକ୍ତି ଜଣକ ମଧ୍ୟ ରାସ୍ତା ପାଇଁ ନିଜ ଜମି ଦାନ କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ପଞ୍ଚାୟତବାସୀ ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଗୃହ ନିର୍ମାଣ କରାଗଲା ନାହିଁ। କିଛିଦିନ ବିତି ଗଲା ପରେ ଗତ୧୪ ଅକ୍ଟୋବର ୨୦୨୦ରେ ପଞ୍ଚାୟତ ଦାଇତ୍ୱରେ ଥିବା ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ  ଏକ ନୂତନ ମୌଜାର ଅନ୍ୟ ସ୍ଥାନରେ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ କରିବା ପାଇଁ ଆସିଥିବା ବେଳେ ଏହାକୁ ନେଇ ବସନ୍ତପଡା ପଞ୍ଚାୟତବାସୀ ନିନ୍ଦା କରିବା ସହ ବିରୋଧ କରିଥିଲେ। କାରଣ ଚିହ୍ନଟ କରିଥିବା ଜାଗା ପଞ୍ଚାୟତର ଶେଷ ଗାଁ ହୋଇଥିବା ବେଳେ ସେହି ସ୍ଥାନକୁ ସ୍ଥାୟୀ ରାସ୍ତା ଟିଏ ନାହିଁ। ଯାହା ଫଳରେ ଅନ୍ୟ ଗ୍ରାମ ମାନଙ୍କୁ ସେହି ସ୍ଥାନକୁ ଯିବାକୁ ହେଲେ ୧୦ କିମି ବାଟ ଯିବାକୁ ପଡ଼ିବ ବୋଲି ପଞ୍ଚାୟତ ବାସୀ ପ୍ରକାଶ କରିଛନ୍ତି। ତେଣୁ ଏହି ପଞ୍ଚାୟତ ଗୃହ ସ୍ଥାନାନ୍ତରିତକୁ ନେଇ ଗତ ୨୦୨୦ ନଭେମ୍ବର ମାସରେ ବସନ୍ତପଡା ପଞ୍ଚାୟତବାସୀ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଭବାନୀପାଟଣାକୁ ଯାଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲାପାଳ ଲାଞ୍ଜିଗଡ ତହସିଲଦାରଙ୍କୁ ଅନ୍ୟ ସ୍ଥାନରେ କାର୍ଯ୍ୟାଳୟ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିବା ପଞ୍ଚାୟତ ଲୋକେ ପ୍ରକାଶ କରିଛନ୍ତି।

ଏନେଇ ଗତ ଜାନୁଆରୀ ୨୬ ତାରିଖ ଦିନ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ବସନ୍ତପଡା ପଞ୍ଚାୟତବାସୀ ସାକ୍ଷାତ କରି କାର୍ଯ୍ୟାଳୟ ନିର୍ମାଣ ପାଇଁ ଲିଖିତ ଅଭିଯୋଗ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ବୋଲି ପଞ୍ଚାୟତବାସୀ କହିଛନ୍ତି। କିନ୍ତୁ ଆଜିକୁ ତିନି ଦିନ ହେଲା ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁଣି ପୁନର୍ବାର ବିରୋଧ କରିଥିବା ସ୍ଥାନରେ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାକୁ ନେଇ ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଆଜି ବସନ୍ତପଡା ପଞ୍ଚାୟତର ରେଙ୍ଗୋପାଲିକୁ ଛାଡି ୭ଖଣ୍ଡ ଗ୍ରାମର ବାସିନ୍ଦା ବସନ୍ତପଡା ଗ୍ରାମରେ ଏକତ୍ରିତ ହୋଇ ଏକ ବୈଠକ ବସିଥିଲେ। ଯଦି ବସନ୍ତପଡାଠାରେ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାର ନଶୁଣନ୍ତି ତାହା ହେଲେ ପଞ୍ଚାୟତବାସୀ ବିରୋଧ କରିବା ସହ ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଲାଞ୍ଜିଗଡ ତହସିଲଦାର ଶ୍ରୀ ମୁନିନ୍ଦ୍ର ହୁନ୍ନଙ୍ଗାଙ୍କୁ ପଚାରିବାରୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ କୌଣସି ଜମି ଚିହ୍ନଟ କରି ଦେଇ ନାହିଁ। ସେଠାରେ କେମିତି ମନଇଚ୍ଛା କରୁଛନ୍ତି ଜାଣିନି ବୋଲି ପ୍ରକାଶ କରିଛନ୍ତି। ଲାଞ୍ଜିଗଡ ବିଡ଼ିଓ ଶ୍ରୀ ମିଶ୍ରଙ୍କ କହିବା ଅନୁସାରେ ଆଜିକୁ ୪ ବର୍ଷ ହେଲା କାର୍ଯ୍ୟାଳୟ ହୋଇନଥିଲା। ସରପଞ୍ଚ ବାରମ୍ବାର କହିବା ଅନୁଯାୟୀ ମୁଁ କାମ ଆରମ୍ଭ କରିବାକୁ କହିଥିଲି। ସରପଞ୍ଚ ପଞ୍ଚାୟତବାସୀଙ୍କ ମତାମତ ନ ନେଇ ଏହି ଗୃହ କାର୍ଯ୍ୟ କରୁଥିବା ମୁଁ ଜାଣିନି। ବର୍ତ୍ତର୍ମାନ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କହିଛି ବୋଲି ପ୍ରକାଶ କରିଥିଲେ।

Comments are closed.