କେନ୍ଦ୍ର ମନ୍ତ୍ରୀଙ୍କୁ ଚାପୁଡା ମାରିଲା ଯୁବକ

0

ମୁମ୍ବଇ : ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଅଠୱାଲେଚାପୁଡ଼ା ଜଣେ ଯୁବକ ଚାପୁଡ଼ା ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ ମନ୍ତ୍ରୀ ଅଠୱାଲେ ଶନିବାର ଥାଣେ ଜିଲାର ଅମ୍ବରନାଥଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ଭାରତୀୟ ଗଣତାନ୍ତ୍ରିକ ପାର୍ଟି ପୂର୍ବତନ କର୍ମକର୍ତ୍ତା ପ୍ରବୀଣ ଗୋସାଭୀ ଫୁଲ ମାଳ ପିନ୍ଧାଇବା ବାହାନାରେ ଅଠୱାଲେଙ୍କୁ ଏକ ଚାପୁଡ଼ା ମାରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଲୋକେ ପ୍ରବୀଣଙ୍କୁ ଘୋଷାରି ନେଇ ନିର୍ଧୁମ ଛେଚିଥିଲେ। ନିର୍ଧୁମ ପିଟିବା ପରେ ତାଙ୍କୁ ଲୋକେ ପୁଲିସ୍‍କୁ ହସ୍ତାନ୍ତର କରିଥିଲେ।
ପୁଲିସ୍‍ କହିବା ଅନୁସାରେ ଶନିବାର ଅମ୍ବରନାଥଠାରେ ଆୟୋଜିତ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେବାକୁ କେନ୍ଦ୍ର ମନ୍ତ୍ରୀ ଅଠୱାଲେ ପହଞ୍ଚିଥିଲେ। ସେଠାରେ ଜଣେ ଯୁବକ ତାଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରିଥିଲେ। ଲୋକେ ଯୁବକଙ୍କୁ ଧରି ପୁଲିସ୍‍ ହେପାଜତରେ ଦେଇଛନ୍ତି। ଲୋକଙ୍କ ଆକ୍ରମଣରେ ଗରୁତର ଆହତ ହୋଇଥିବାରୁ ଯବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply