ଶରତ ଘାଟି ତଳ ରାସ୍ତା ଅବସ୍ଥା ଶୋଚନୀୟ : ସ୍ଥାନୀୟ ଲୋକେ ମିଶି କଲେ ମରାମତି

ଖବର ପାଇ ରାଜ୍ୟସଭା ସାଂସଦ ବୁଲି ଦେଖିଥିଲେ ରାସ୍ତା ସ୍ଥିତି

ଠାକୁରମୁଣ୍ଡା: ସରକାରଙ୍କ ସ୍ଲୋଗାନ ଥିଲା ଗମନାଗମନ ଯେଉଁ ଦେଶରେ ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ। ଦୀର୍ଘଦିନ ଧରି ରାସ୍ତା ଅବସ୍ଥା ଶୋଚନୀୟ କିନ୍ତୁ ରାସ୍ତା ନିର୍ମାଣ ଦାୟିତ୍ୱ ନେଇଥିବା ବିଭାଗ ନିଦାବିଷ୍ଣୁ, ଶେଷରେ ସ୍ଥାନୀୟ ଲୋକେ ମିଶି ରାସ୍ତାକୁ ମରାମତି କଲେ।ଶରତ, ନୋଟ, ସରଡିହା ପ୍ରଭୃତି ୩ ଟି ପଞ୍ଚାୟତର ଶତାଧିକ ଲୋକ ଦିପୁ ମଲ୍ଲିକ, ମଦନ ପାତ୍ର, ଅବସରପ୍ରାପ୍ତ ସୈନିକ ମାଲୁ, ଦିପୁ ସାହାଣୀଙ୍କ ନେତୃତ୍ୱରେ ସ୍ୱାଧୀନତା ଦିବସ ଦିନ ମିଳିତ ହୋଇ ପିଚୁ ରାସ୍ତାରେ ହୋଇଥିବା ଗାତ ଗୁଡିକୁ ମାଟି ପଥର ଦେଇ ମରାମତି କରିଥିଲେ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କାପ୍ତିପଦା ବ୍ଲକକୁ ସଂଯୋଗ କରୁଥିବା ଗ୍ରାମ ଉନ୍ନୟନ ବିଭାଗର ରାସ୍ତାରେ।

ଏହି ରାସ୍ତା ଠାକୁରମୁଣ୍ଡାରୁ ବାରିପଦା ସଦର ମହକୁମାକୁ ଯିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଶରତ ନୋଟ ଛକ ଠାରୁ କଲେଜ ଛକ ପର୍ୟ୍ୟନ୍ତ ପ୍ରାୟ୪ କିମି ରାସ୍ତା ଖାଲ ହୋଈ ଯାତାୟାତ ଖୁବ ସମସ୍ୟା ସୃଷ୍ଟି କରିଛି।ରାସ୍ତା ସାରା ଏପରି ଗର୍ତ୍ତ ସୃଷ୍ଟି ହୋଇଛି ଯାହାକି ଯାନବାହନ ଚଳାଚଳ କରିବାରେ ସମସ୍ୟା ହୋଇଛି। ଏହାଏହି ରାସ୍ତା ଭେଜିଡିହା ଠାରୁ ନଟୋ ଛକ ପର୍ୟ୍ୟନ୍ତ କରଞ୍ଜିଆ ଆର୍ ଡି ଅଧୀନରେ ଥିବାବେଳେ ନଟୋ ଛକଠାରୁ କପ୍ତିପଡା ପର୍ୟ୍ୟନ୍ତ କପ୍ତିପଡ଼ା ଆର୍ ଡି ଅଧୀନରେ ଅଛି ।ଜିଲ୍ଲା ହେଡ୍ କ୍ୱାଟରକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ଯାନବାହନ କରଞ୍ଜିଆ, ଠାକୁରମୁଣ୍ଡା ଓ ରାଜଧାନୀ ଭୁବନେଶ୍ଵର ପର୍ୟ୍ୟନ୍ତ ଯାତାୟାତ କରୁଛନ୍ତି। ଅନେକ ଦିନରୁ ରାସ୍ତା ମରାମତି ପାଇଁ ଦାବି ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କା ମରାମତି ବାବଦରେ ଖର୍ଚ୍ଚ ହେଉଛି ମାତ୍ର ରାସ୍ତାର ଅବସ୍ଥା ଯେମିତି କି ସେମିତି ।ଶତାଧିକ ସ୍ଥାନୀୟ ଲୋକ ରାସ୍ତା ମରାମତି କରୁଥିବା ଘଟଣା ସାମାଜିକ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଏହା ଦେଖି ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ ରବିବାର ସେହି ରାସ୍ତା କୁ ଆସି ବୁଲି ଦେଖିଥିଲେ।ଏ ସମ୍ପର୍କରେ ସାଂସଦ ଗଣମାଧ୍ୟମ କୁ କହିଛନ୍ତି ଯେ ସେ ଏ ସମ୍ପର୍କରେ ସେ ପ୍ରଶାସନ ସହିତ ଆଲୋଚନା କରି ଖୁବ ଶୀଘ୍ର ପଦକ୍ଷେପ ନେବେ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ମଧ୍ୟ ସାଧାରଣରେ ଦାବି ହେଉଛି ।

Comments are closed.