ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ମାନିଲେନି: ଦୀପ ଜଳିଲା, ବାଣ ମଧ୍ୟ ଫୁଟିଲା

ପାଟଣା: ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ୧୦ ରୁ ଦୀପାବଳି ପର୍ୟ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲାଗୁ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କେବଳ ଦୀପ ଜଳାଇ ଦୀପାବଳୀ ପାଳିବା ନିବେଦନକୁ ମଧ୍ୟ ଲୋକେ ମାନି ନ ଥିବା ଦେଖାଯାଇଛି । ଶନିବାର ଦୀପାବଳି ପାଳନ କରାଯାଇଥିବା ବେଳେ ଲୋକେ ଦୀପ ତ ଜଳାଇଛନ୍ତି ତାହା ସହ ମନଇଛା ବାଣ ମଧ୍ୟ ଫୁଟାଇଛନ୍ତି । ପାଟଣା, ସାହାରପଡା ଓ ଢେଙ୍କିକୋଟ ଅଂଚଳରେ ଚଳିତବର୍ଷ ମଧ୍ୟ ବାଣ ବେପାର ଭଲ ହୋଇଥିବା ଦେଖାଯାଇଛି । ତେବେ ଗତବର୍ଷ ଭଳି ଶତପ୍ରତିଶତ ବାଣଫୁଟା ପରିମାଣ ଶତକଡା ୭୦ ରୁ ୮୦ ଭାଗକୁ ଆସିଥିବା ଦେଖିବାକୁ ମିଳିଥିଲା ।

Comments are closed.