ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ଟିଟିଲାଗଡ଼: ଟିଟିଲାଗଡ ବିଧାୟିକା ଭାବରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବା ସହ ନବିନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିବା ଟୁକୁନୀ ସାହୁଙ୍କୁ ମଙ୍ଗଲବାର ତାଙ୍କ ପ୍ରଥମ ଟିଟିଲାଗଡ ଗସ୍ତ ଅବସରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉତ୍ସାହିତ ସହସ୍ରାଧିକ ପୁରୁଷ ମହିଳା ସହରର ବିଭିନ୍ନ ଛକରେ ରହି ଆତସବାଜି, ଫଗୁଅବିର ସହ ସ୍ୱାଗତରେ ସହର ଉଛୁଲି ପଡିଥିଲା। ବଲାଙ୍ଗିର ଜିଲାର ପ୍ରଥମ ମହିଳା ବିଧାୟିକା ତଥା ପ୍ରଥମ ମହିଳା ମନ୍ତ୍ରୀ ଗୌରବ ମଧ୍ୟ ଲାଭ କରିଥିବା ଟୁକୁନୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପୁର୍ବରୁ ସହର ସାରା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ତଥା ମନ୍ତ୍ରୀ ଶ୍ରୀମତି ସାହୁଙ୍କ ବିରାଟକାୟ ହୋର୍ଡିଂ, ବ୍ୟାନର, ଦଳୀୟ ପତକାରେ ସହର ଉତ୍ସବ ମୁଖର ହୋଇପଡିଥିଲା। ବଲାଙ୍ଗିର ପଟରୁ ମନ୍ତ୍ରୀଙ୍କ ପଟୁଆର ଆଜି ଅପରାହ୍ନରେ ସହର ଉପକଣସ୍ଥ୍ଠ ପିପଲପଦର ଗ୍ରାମରେ ପହଂଚିବା ପରେ ସେଠାରେ ପୁର୍ବ ବ୍ଲକ ଅଧ୍ୟକ୍ଷା ଗିତା ବିଶି, ମନିଗାଁ ସରପଂଚ ମୁନିରାମ ଖର୍ସେଲ ପ୍ରମୁଖ ବହୁ ନେତା କର୍ମି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସେଠାରୁ ଏକ ସୁସଜ୍ଜିତ ଖୋଲା ଜିପରେ ମନ୍ତ୍ରୀ ଶ୍ରୀମତି ସାହୁଙ୍କ ସହ ପୌରାଧ୍ୟକ୍ଷା ଗୋବର୍ଦ୍ଧନ ନାଗ, ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପଟେଲ ପ୍ରମୁଖ ହଜାରହଜାର ଦଳୀୟ କର୍ମିଙ୍କ ଗହଣରେ ସହର ପରିକ୍ରମା କରିଥିଲେ। ସ୍ୱାଧିନ ପଡା ସ୍ଥିତ ଗୋପବନ୍ଧୁ ପାର୍କ ଠାରେ ମନ୍ତ୍ରୀ ଶ୍ରୀମତି ସାହୁ ଉତ୍କଳମଣୀ ଗୋପବନ୍ଧୁ ଦାସ ଏବଂ ଦିବଂଗତ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଭିମନ୍ୟୁ ସାହୁଙ୍କ ଫଟୋଚିତ୍ରରେ ରେ ପୁଷ୍ପମାଳ୍ୟ ଅର୍ପଣ କରିଥିଲେ।

ପରେ ହନୁମାନ ବ୍ୟାୟମ ଶାଳା ପରିସରରେ ଥିବା ଦିବଂଗତ ଅଭିମନ୍ୟୁଙ୍କ ପ୍ରତିମୁର୍ତିରେ ମନ୍ତ୍ରୀ ପୁଷ୍ପମାଳ୍ୟ ଅର୍ପଣ କରିଥିଲେ। ମନ୍ତ୍ରୀଙ୍କ ଏହି ପଟୁଆରରେ ଦଳର ରାଜ୍ୟ ପରିଷଦ ସଦସ୍ୟ ପ୍ରମୋଦ ପ୍ରଧାନ, ବରିଷ୍ଠ ନେତା ପ୍ରେମ ଜୈନ, ଉପଖଣ୍ଡ ଯାଦବ ମହାସଭା ସଭାପତି ଘିନୁ ଆଡଯୁଆଡ, ବ୍ୟବସାୟୀ ସଂଘ ସଭାପତି ତ୍ରିନାଥ ସରାଫ, ଦିଲୀପ ବାଗ, ବୁଲୁ ସେଠ, ରୁଟୁ ବାଗ, କାଉନସିଲର ସୁନିଲ ସାହୁ, ବଳଦେବ ଜାଲ, ସନ୍ତୋଷିନୀ ସୁନାନୀ, ସୁମିତ୍ରା ସେଠ, ଶମ୍ଭୁ ପ୍ରସାଦ ସାହୁ, ଜଗଦିଶ ମହାଲିଙ୍ଗ, ପ୍ରମୋଦ ପଟ୍ଟନାୟକ, ବ୍ଲକ ସଭାପତି ସଞ୍ଜୟ ବେହେରା, ଅମରଜିତ ବାଗ, ପୁଷୁ ଜୈନ, ଯୁଧିଷ୍ଠିର ବେହେରା, ଗିଲୁ ଜାଲ, ବିଟୁ ପାଢୀ, ରମେଶ ବିଶି, ଗୟ ବଗର୍ତି, ସତ୍ୟନାରାୟଣ ରତେଇ, ସିତାରାମ ସାହୁ, ଭକ୍ତ ଖର୍ସେଲ, ବୈବସୁତ ବନଛୋର, ରୋହିତ ଜାନୀ, ସୁବାଶ ମହାନନ୍ଦ, ଆକାଶ ଜୈନ, ବିଟୁ ପାଢୀ, କାଲିଚରଣ ପନୁଆ ପ୍ରମୁଖ ବହୁ ନେତାକର୍ମି, ନାଗରିକ ସାମିଲ ହୋଇଥିଲେ।

Comments are closed.