ବର୍ଷା ହେଲେ ଦୁର୍ଗମ ଆଦିବାସୀ ଗ୍ରାମ ଲୋକଙ୍କ ନିଦ ହଜୁଛି

ପାତ୍ରପୁର: ତିତିଲି ପରେ ବାଦଲ ଫଟା ବର୍ଷା ହୋଇ ଦୁଇଥର ଗ୍ରାମ ମଧ୍ୟକୁ ବନ୍ୟାପାଣି ପଶି ଧନ ଜୀବନ କ୍ଷତି ପରେ ଏବେ ବର୍ଷା ହେଲେ ଲୋକଙ୍କ ଆଖିରୁ ନିଦ ହଜୁଛି। ପାତ୍ରପୁର ବ୍ଲକ ଦୁର୍ଗମ ଅଞ୍ଚଳରେ ଥିବା ଏଳଗଲ(ମଝିବଣ) ଆଦିବାସୀ ଗ୍ରାମର ଲୋକଙ୍କ ଆଖିରୁ ନିଦ ହଜିଯାଉଛି। ପାତ୍ରପୁର ବ୍ଲକ ଆଙ୍କୁଲି ପଂଚ।ୟତ ଅଧୀନରେ ଏହି ଗ୍ରାମଟି ରହିଛି। ଗ୍ରାମରେ ୪୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଗ୍ରାମର ଚାରି ପାର୍ଶ୍ୱରେ ଜଙ୍ଗଲ ରହିଛି। ଗ୍ରାମର ଲୋକମାନେ ପ୍ରାୟ ୪୦ ବର୍ଷ ପୂର୍ବେ ପାହାଡ଼ ଉପରୁ ଆସି ବହୁଦା ନଦୀ ପାର୍ଶ୍ୱରେ ବସତି ସ୍ଥାପନ କରି ରହୁଛନ୍ତି। ଗ୍ରାମର ଉତ୍ତର ପାର୍ଶ୍ୱରେ ଚୀର ସ୍ରୋତା ବାହୁଦା ନଦୀ ପ୍ରବାହିତ ହେଉଥିବା ବେଳେ ପଶ୍ଚିମ ପାର୍ଶ୍ୱରେ ଯନ୍ତ।ରୀ ନାଳ ରହିଛି। ଏହି ନାଳରେ ବର୍ଷା ଦିନମାନଙ୍କରେ ପର୍ବତ ଉପରୁ ପାଣି ଆସିଥାଏ। ଗ୍ରାମରୁ ବାହାରିବାକୁ ହେଲେ ଗୋଟିଏ ପାର୍ଶ୍ୱରେ ବାଘଲଟି ଜଳଭଣ୍ଡାର ପାର କରିବାକୁ ପଡୁଛି। ଅନ୍ୟ ଏକ ପଥ ତାଡକ। ସାହି ପାହାଡ ତଳକୁ ଯିବାକୁ ପ୍ରାୟ ୧୦ କିଲୋମିଟର ଅତିକ୍ରମ କରିବାକୁ ପଡୁଛି। ଗତ ତିତିଲି ବାତ୍ୟା ବେଳେ ବହୁଦା ନଦୀ ପାଣି ଗ୍ରାମକୁ ମାଡିଥିଲା। ଏପରିକି ପାର୍ଶ୍ୱରେ ଥିବା ଯନ୍ତ।ରି ନାଳ ଗ୍ରାମ ଉପର ଅଂଶରେ ପଥ ପରିବର୍ତ୍ତନ କରି ଗ୍ରାମର ଦୁଇ ପାର୍ଶ୍ୱ ଦେଇ ପ୍ରବାହିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଥିଲା।

ଗ୍ରାମର ଶିକ୍ଷକ ସୁରେନ୍ଦ୍ର ବେହେରା ଯୁବକମାନଙ୍କୁ ସହାୟତାରେ ଏକ ରାଶି ସାହାଯ୍ୟରେ ବହୁ ଲୋକଙ୍କ ବନ୍ୟାରୁ ଉଦ୍ଧାର କରି ନିରାପଦ ସ୍ଥାନ ସ୍କୁଲରେ ପହଞ୍ଚାଇଥିଲେ। ଏଥିପାଇଁ ତାଙ୍କୁ ତିତିଲି ହିରୋ ପୁରସ୍କାର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ଏହାର କିଛିଦିନ ପରେ ଗତ ୨୦୧୯ସେପ୍ଟେମ୍ବର ମାସ ୩୦ ତାରିଖରେ ହଟାତ ବାଦଲ ଫଟା ବର୍ଷା ସନ୍ଧ୍ୟାରେ ହୋଇ ପୁଣି ଯନ୍ତ।ରି ନାଳରେ ପାଣି ଆସି ଗ୍ରାମରେ ପ୍ରବେଶ କରିଥିଲା। ଏହି ସମୟରେ ନାଳ ଆର ପାର୍ଶ୍ୱ ରେ ଥିବା ଗୃହ ପାଳିତ ପଶୁ, ଗାଇଆଳ ଏବଂ ବଗଡକୁ କ।ମକରିବାକୁ ଯାଇଥିବା ଲୋକଙ୍କୁ ପୁଣି ରାଶି ସାହାଯ୍ୟ ରେ ଉଧାର କରା ଯାଇଥିଲା। ତିତିଲି ବେଳେ ଗ୍ରାମର ବହୁ ଘର ଭାଙ୍ଗି ଯାଇଥିଲା। ନାଳରେ ପ୍ରଖର ସ୍ରୋତରେ ପଶ୍ଚିମ ଦିଗରେ ଥିବା ଦୁଇଟି ପକ୍କା ଘର ସହିତ କେତେକ ମାଟି ଘର ଧୋଇ ହୋଇ ମାଟିରେ ମିଶି ଥିଲା। ଏହାପରେ ପ୍ରଶାସନ ପକ୍ଷରୁ କ୍ଷତି ଆକଳନ କରାଯାଇ ସହାୟତା ବଣ୍ଟନ ହୋଇଥିଲା। ତେବେ ନାଳ ପାଣିରେ ନଷ୍ଟ ହୋଇ ଥିବା ମାତ୍ର ଦୁଇ ଜଣ ବ୍ୟକ୍ତି ମୁକୁନ୍ଦ ପ୍ରଧାନ, କୁରେସୁ ପ୍ରଧାନଙ୍କ ସହ ଗ୍ରାମର ଅନ୍ୟ କେତେକ ପରିବାରକୁ ସହାୟତା ମିଳିଥିଲା। ସହାୟତାରେ ବହୁ ପରିବାର ବଡ ପଡିବା ପରେ ଗ୍ରାମର ଲୋକମାନେ ପ୍ରଶାସନକୁ ଏହି ସମ୍ପର୍କରେ ଅବଗତ କରିଥିଲେ। ଏହା ପରେ ପୁଣି ଗ୍ରାମର ଲୋକଙ୍କ କ୍ଷତି ପୁନ ଆକଳନ କରିଥିଲେ। ଏପରିକି କ୍ଷତି ଆକଳନ ଯାଇଥିବା କର୍ମଚାରୀ ରୋଷର ଶିକାର ହେବାକୁ ପଡିଥିଲା। ବନ୍ୟା ପାଣିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ଜଟେଶ୍ୱର ବେହେରା,ସୁନ୍ଦରୀ କାର୍ଜି,ବତୀ ବେହେରାଙ୍କ ସମେତ ଗ୍ରାମର କ୍ଷତି ଗ୍ରସ୍ତ କୁମାରୀ କାର୍ଜି,ଧନୁ ବେହେରା,ପଦ୍ମା କାର୍ଜି,ପ୍ରଭୁତି ବହୁ ପରିବାରକୁ ଆଜି ପର୍ୟ୍ୟନ୍ତ ସହାୟତା ମିଳିନଥିବା ଅଭିଯୋଗ ହେଉଛି। ତିତଲି ଭୟାଭୟତାକୁ ଦେଖି ଦୁର୍ଗମ ଅଂଚଳର ଲୋକମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ସ୍ଥିର ହୋଇଥିଲା।ତେବେ ପୁଣି ଗତବର୍ଷ ସେପ୍ଟେମ୍ବର ୩୦ ତାରିଖ ସନ୍ଧ୍ୟାରେ ବାଦଲ ଫଟା ବର୍ଷା ହେବା ଫଳରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଥିଲେ। ଏହା ପରେ ଏଳଗଲ ଗ୍ରାମର ଲୋକମାନଙ୍କୁ ତୁରନ୍ତ ଥଇଥାନ ନିମନ୍ତେ ପଦକ୍ଷେପ ଆରମ୍ଭ କରିଥିଲେ। ପ୍ରଶାସନର ନିଷ୍ପତ୍ତି ପରେ ଗ୍ରାମର ଲୋକମାନେ ଖାରିଆଗୁଡ଼ା ପଂଚାୟତ ସୌରା ତାଳପଡାଠାରେ ନୂତନ ବସତି କରିବାକୁ ସ୍ଥିର କରି ପ୍ରଶାସନକୁ ଜଣାଇଥିଲେ। ତେବେ ପ୍ରଶାସନ ତରଫରୁ ତିତଲି ବେଳେ କ୍ଷତିଗ୍ରସ୍ତ ଏହି ଗ୍ରାମ ସହିତ ପାର୍ଶ୍ୱରେ ଥିବା ବେହେରା ପୁଟୁ,ଶିରିଶି ଗଣ୍ଡ ମାଡୁଆ ଗୁମା,ଝରିବାଡ ପ୍ରଭୃତି ଆଦିବାସୀ ଗ୍ରାମର ଲୋକଙ୍କୁ ଅନ୍ୟତ୍ର ଥଇଥାନ ପାଇଁ ସ୍ଥିର କରିଥିଲେ। ଲୋକମାନଙ୍କ ବସତି ପାଇଁ ତୁରୁବୁଡି ପଂଚାୟତ ଝଗଡା ପଲ୍ଲୀ ମୌଜା ନିକଟରେ ଜମି ଚିହ୍ନଟ କରି ଥିଲେ। ପାତ୍ରପୁର ତହସିଲଦାର ବିଭିନ୍ନ ସମୟରେ ଚିହ୍ନଟ ସ୍ଥାନ ରେ ପହଞ୍ଚି ପ୍ରଥମିକ କାର୍ୟ୍ୟ ଆରମ୍ଭ କରିଥିଲେ। ଏହା ଦେଖି ସଂପୃକ୍ତ ଥଇଥାନ ହେବାକୁ ଥିବା ଗ୍ରାମର ଲୋକମାନେ ସେହି ସ୍ଥାନରେ ପହଞ୍ଚି ଥିଲେ। ପ୍ରଶାସନ ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ କାର୍ୟ୍ୟ ଆରମ୍ଭ କରିବା ବେଳକୁ କେରୋନା ଯୋଗୁଁ ଏବେ ସମସ୍ତ କାର୍ୟ୍ୟ ଆଗେଇ ପାରୁନାହିଁ। ଯାହାରି ଫଳରେ ଏବେ ବର୍ଷା ହେଲେ ପୁଣି ବନ୍ୟା ଜଳ ଗ୍ରାମକୁ ପଶିବା ଆଶଙ୍କା ଥିବା ଯୋଗୁଁ ଗ୍ରାମର ଲୋକଙ୍କ ଆଖିରୁ ନିଦ ହଜିଯାଉଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଥଇଥାନ କାର୍ୟ୍ୟ ଆରମ୍ଭ କରିବାକୁ ଦାବୀ ହେଉଛି।

Comments are closed.