କାଶ୍ମୀର ଉପତ୍ୟକାରେ ପୁନଃସ୍ଥାପନ ହେଲା ୨-ଜି ମୋବାଇଲ୍‍ ଇଣ୍ଟରନେଟ୍‍ ସେବା

ଶ୍ରୀନଗର : କାଶ୍ମୀର ଉପତ୍ୟକାରେ ଶନିବାରଠାରୁ ସମସ୍ତ ପୋଷ୍ଟପେଡ୍‍ ଓ ପ୍ରିପେଡ୍‍ ଫୋଡ଼ରେ ୨-ଜି ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ଉପଲବ୍ଧ କରାଯାଇଛି । ତେବେ ଜାମ୍ମୁ କାଶ୍ମୀର ପ୍ରଶାସନ ଦ୍ୱାରା ଅନୁମୋଦିତ କେବଳ ୩୦୧ଟି ୱେବ୍‍ସାଇଟ୍‍କୁ ଏହି ସେବା ଦ୍ୱାରା ସଂପର୍କ ସ୍ଥାପନ କରାଯାଇ ପାରିବ। ବ୍ୟାଙ୍କ ସେବା, ଶିକ୍ଷା, ସମ୍ବାଦ, ଯାତ୍ରା, ନିଯୁକ୍ତି ଭଳି କେତେକ ୱେବ୍‍ସାଇଟ୍‍ ଏଥିରେ ଅନ୍ତର୍ଭୁକ୍ତ । ଜାମ୍ମୁ ଡିଭିଜନରେ ଉପଲବ୍ଧ ଥିବା କେତେକ ଧଳା ତାଲିକାଭୁକ୍ତ ଟୁ-ଜି ମୋବାଇଲ୍‍ ଡାଟା ସେବା ସହିତ ସଂଯୋଗ ପୁନଃସ୍ଥାପନ ତଥା କାଶ୍ମୀର ଉପତ୍ୟକାର ପ୍ରିପେଡ୍‍ ମୋବାଇଲ୍‍ ସେବାର ପୁନଃପ୍ରଚଳନ ପାଇଁ ପ୍ରଶାସନ ନିର୍ଦ୍ଦେଶର ଗୋଟିଏ ସପ୍ତାହ ପରେ ଏହି ପଦକ୍ଷେପ ନିଆଯାଇଛି।

Comments are closed.