ଅଗ୍ନି ବିପନ୍ନ ପରିବାରକୁ ପିପୁଲ ଫର ସେବା ତରଫରୁ ସହାୟତା

ଓଡଗାଁ: ନୟାଗଡ ଜିଲା ଓଡଗାଁ ଥାନା ଅଧିନ ସାକେରୀ ଗ୍ରାମରେ ଅଗ୍ନିବିପନ୍ନଙ୍କୁ ପିପୁଲ ଫର ସେବା ସଂଗଠନ ତରଫରୁ ସହାୟତା ପ୍ରଦାନ କରାଯାଇଛି।

ସୂଚନାନୁସାରେ, ଗତ ୨୨ ତାରିଖ ଦିନ ଅଗ୍ନିକାଣ୍ଡ ଘଟି ସାଗର ପ୍ରଧାନ ଏବଂ ଶ୍ରୀଧର ପ୍ରଧାନଙ୍କ ସମସ୍ତ ଆସବାବ ପୋଡି ନଷ୍ଟ ହୋଇଯାଇଥିବା ବେଳେ ପିପୁଲ ଫର ସେବା ତରଫରୁ ଖାଦ୍ୟ ସାମଗ୍ରୀ ଓ ପିଲାଙ୍କ ପାଠ ପଢା ନିମନ୍ତେ ପାଠ୍ୟଉପକରଣ ପ୍ରଦାନ କରାଯାଇଛି। ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ମିଳି ନ ଥିବା ବେଳେ ପିପୁଲ ଫର ସେବା ସଂଗଠନର ଆବାହକ ପ୍ରଶାନ୍ତ ମହାପାତ୍ର ଓ ଭର୍ଗୋଦେବ ମହାପାତ୍ର ଶୀଘ୍ର ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ବ୍ଳକ ପ୍ରଶାସନକୁ ନିବେଦନ କରିବା କଥା କହିଛନ୍ତି।

Comments are closed.