ବେଫିକର ପୂର୍ତ୍ତ ବିଭାଗ, ରାସ୍ତା ଜାଣିବାରେ ଯାତ୍ରୀ ଅସୁବିଧାର ସମ୍ମୁଖିନ

ଜି.ଉଦୟଗିରୀ: ବେଫିକର୍ ପୂର୍ତ୍ତବିଭଗ ରାସ୍ତା କାମ ସରିଗଲା ପରେ ସ୍ଥାନୀୟ ଗାନ୍ଧି ଛକଟି ତ୍ରିକୋଣ ଛକ ହୋଇଥିବାରୁ ସେଠାରେ ତିନିକୋଣକୁ ତିର ଚିହ୍ନ ମାଧ୍ୟମରେ ସଙ୍କେତ ଦେଇଥିବା ବେଳେ ରାସ୍ତାକାମ ସରିଗଲା ପରେ ସଂକେତ ଦେବାକୁ ବିଭାଗ ବେଫିକର ଭାବେ ଭୁଲି ଯାଇଛି। ଫଳରେ ଯାତ୍ରା କରୁଥିବା ଯାତ୍ରୀମାନେ ଗାନ୍ଧିଛକରେ ଅଟକି ପଚାରିକି ଯିବାକୁ ବାଧ୍ୟ ହେଉଛନ୍ତି । ଏହି ଛକଟି ଅତ୍ୟନ୍ତ ଜନଗହଳି ଓ ମୁଖ୍ୟ ବଜାର ଛକ ହୋଇଥିବାରୁ ଅଟକି ପଚାରୁଥିବା ଯାତ୍ରୀଙ୍କ ଯୋଗୁଁ ରାସ୍ତା ଜାମ୍ ହେଉଛି। ତେଣୁ ଏଠାରେ ପୂର୍ତ୍ତବିଭାଗ ଦ୍ବାରା ତ୍ରିକୋଣ ସଂକେତ ଲଗାଇବାକୁ ସାଧାରଣରେ ଦାବୀ ହେଉଛି।

Comments
Loading...