ଗୁଜବ: କରୋନା ଭୟରେ ଖାଉଛନ୍ତି ତୁଳସୀପତ୍ର

ଆଗଲପୁର: ସାରାବିଶ୍ୱରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବା ପାଇଁ ଜନସାଧାରଣ ତୁଳସୀ ପତ୍ର ଖାଉଥିବା ଦେଖିବାକୁ ମିଳୁଛିା ଏଭଳି ଘଟଣା ଦେଖିବାକୁ ମିଳିଛି ଆଗଲପୁର ଅଞ୍ଚଳରେ।
ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଘୂରି ବୁଲୁଛି, ଯେଉଁଥିରେ କୁହାଯାଇଛି ପ୍ରତିଦିନ ସକାଳୁ ୬ଟି ଲେଖାଏଁ ତୁଳସୀ ପତ୍ର ଖାଇଲେ କରୋନା ଆକ୍ରମଣରୁ ବର୍ତ୍ତି ପାରିବେ। ଏପରି ଏକ ଗୁଜବକୁ ସତ ଭାବି ବଲାଙ୍ଗୀର ଜିଲା ଆଗଲପୁର ଅଞ୍ଚଳର ଲୋକେ ତାଙ୍କ ପ୍ରିୟଜନଙ୍କୁ ତୁଳସୀ ପତ୍ର ଖାଇବାକୁ ପରାମର୍ଶ ଦେଉଥିବା ବେଳେ ଗ୍ରାମାଞ୍ଚଳରେ ସମସ୍ତେ ତୁଳସୀପତ୍ର ଖାଉଥିବା ଦେଖିବାକୁ ମିଳିଛି।

Comments are closed.