ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ସାହାସୀ

0

ଜ୍ୟୋତିଷମାନେ ଜନ୍ମ ସମୟରୁ ବ୍ୟକ୍ତିର ଭବିଷ୍ୟ ଓ ସ୍ୱଭାବ ବିଷୟରେ ଅନେକ କଥା କହିଥାନ୍ତି। ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ଓ ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଯାଇଥାଏ। ଏହି ଜନ୍ମ ସମୟ ଦ୍ୱାରା ବ୍ୟକ୍ତି ବିଷୟରେ ଅନେକ କଥା ଜାଣି ହୋଇଥାଏ। ଆସନ୍ତୁ ଜାଣିବା ଜନ୍ମ ସମୟ ଦ୍ୱାରା ବ୍ୟକ୍ତିର ସ୍ୱଭାବ କିପରି ହୋଇଥାଏ..
ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ:
ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି କମ୍‍ ସାହାସୀ ହୋଇଥାନ୍ତି। ଏହି ବ୍ୟକ୍ତିମାନେ କଷ୍ଟସାଧ୍ୟ କାମ ଠାରୁ ଦୂରରେ ରହିଥାନ୍ତି।
ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସୁସ୍ଥ ରହିଥାନ୍ତି। ଏପରି ବ୍ୟକ୍ତିମାନେ ସଚ୍ଚୋଟ ହୋଇଥାନ୍ତି।
ଅତ୍ୟନ୍ତ ଭାବୁକ ପ୍ରକୃତିର ହୋଇଥିବା କାରଣରୁ ଅନ୍ୟ ମାନଙ୍କ ଦୁଃଖ ସହ୍ୟ କରି ପାରନ୍ତି ନାହିଁ। ଅନ୍ୟ ମାନଙ୍କୁ ସର୍ବଦା ସାହାଯ୍ୟ କରିବାକୁ ଆଗେଇ ଆସନ୍ତି।ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଭଗବାନ ବିଶ୍ୱାସୀ ହୋଇଥାନ୍ତି।
ସର୍ବଦା ଶାନ୍ତିର ସହ କାମ କରିବାକୁ ପସନ୍ଦ କରିଥାନ୍ତି। ଏପରି ବ୍ୟକ୍ତି ଶାନ୍ତି ପ୍ରିୟ ହୋଇଥାନ୍ତି।
ଏପରି ବ୍ୟକ୍ତି ନିଜ କ୍ରୋଧକୁ ନିୟନ୍ତ୍ରଣ କରି ଚଳନ୍ତି। କ୍ରୋଧ ହେଲେ ଶୀଘ୍ର ଶାନ୍ତ ହୋଇଯାଆନ୍ତି।
ଘର ଲୋକଙ୍କ ପ୍ରିୟପାତ୍ର ମଧ୍ୟ ହୋଇଥାନ୍ତି। ସମାଜରେ ଖୁବ ଶୀଘ୍ର ମାନ-ସମ୍ମାନ ପାଇଥାନ୍ତି।
ଜୀବନ ସାଥିକୁ ଖୁବ ବିଶ୍ୱାସ ମଧ୍ୟ କରିଥାନ୍ତି। ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରିଥାନ୍ତି।
ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ:
ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀରେ ବୃହସ୍ପତି ଓ ରାହୁ ରହିଥାନ୍ତି। ଏହି କାରଣରୁ ଏମାନଙ୍କ ଜୀବନରେ ଟଙ୍କାପଇସାର ଅଭାବ କେବେ ହୋଇ ନଥାଏ।
ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ମିତ୍ରପ୍ରିୟ ହୋଇଥାନ୍ତି। ଏହି କାରଣରୁ ଯାହା ସହ ମିତ୍ରତା ସ୍ଥାପନ କଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଏହି ସମ୍ପର୍କକୁ ମଜଭୂତ ରଖିଥାନ୍ତି।ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଆତ୍ମବିଶ୍ୱାସୀ ଅଟନ୍ତି। ତେଣୁ ଯେକୌଣସି ସମୟରେ ନିଜର ମତାମତକୁ ଅନ୍ୟ ସାମ୍ନାରେ ଠିକ ଭାବେ ରଖି ପାରନ୍ତି।
ରାତିରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସାହାସୀ ମଧ୍ୟ ହୋଇଥାନ୍ତି।
ନିଜ ଜୀବନ ସାଥିଙ୍କୁ ଖୁବ୍‍ ବିଶ୍ୱାସ କରନ୍ତି। ଏହି କାରଣରୁ ଜୀବନରେ ସର୍ବଦା ଖୁସି ରହିଥାନ୍ତି।
ପରିବାର ଲୋକଙ୍କ ସମସ୍ତ ଖୁବ୍‍ ଧ୍ୟାନର ସହ ଶୁଣନ୍ତି। କୌଣସି ପ୍ରକାର ଅସୁବିଧା ହେଲେ ଆଗେଇ ଯାଇ ସବୁ କାମ କରନ୍ତି।

Leave A Reply