ଏଣିକି ୬ ବର୍ଷରେ ଥରେ ବଦଳିବେ କିରାଣୀ

ଭୁବନେଶ୍ବର: ବିଇଓ, ଡିଇଓ କାର୍ଯ୍ୟାଳୟରେ ଥିବା କିରାଣୀଙ୍କୁ ଏଣିକି ୬ ବର୍ଷରେ ଥରେ ବଦଳି କରାଯିବ। ୬ ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ ଥିଲେ ଅନ୍ୟତ୍ର ବଦଳି କରାଯିବ। ଶିକ୍ଷାବର୍ଷ ଆରମ୍ଭରୁ ଏହି ବଦଳି କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Comments are closed.