ଦୁଷ୍କର୍ମ ଅଭିଯୋଗରେ ପିଇଓ କୋର୍ଟ ଚାଲାଣ

ପୁଣି ଚର୍ଚ୍ଚାରେ ବଡକରଲାକୋଟ ପିଇଓ

ମୁଖୀଗୁଡା : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶନିବାର ଜୟପାଟଣା ବ୍ଲକ ଅନ୍ତର୍ଗତ ବଡକରଲାକୋଟ ପଞ୍ଚାୟତ ପିଇଓ ନିରାକାର ନାଏକଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗତ ଏପ୍ରିଲ ୨୮ ତାରିଖରେ ମୁଖୀଗୁଡା ସେକ୍ଟର-୩ର ଜଣେ ସଫେଇ କାମ କରୁଥିବା ମହିଳା ଘରେ ଏକୁଟିଆ ଥିବାବେଳେ ପିଇଓ ନିରାକାର ନାଏକ(୪୫) ତାଙ୍କ ଘରକୁ ପଶି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ ଏ ନେଇ ମହିଳା ଜଣଙ୍କ ଜୟପାଟଣା ଥାନା ରେ ଗତ ୬ ତାରିଖରେ  ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଜୟପାଟଣା ଥାନାରେ  ମାମଲା ରୁଜୁ କରାଯାଇ ତାଙ୍କୁ ଗିରପ କରାଯାଇଥିଲା ପରେ କୋର୍ଟ ଚାଲାଣ କରାଯାଇଛି।

Comments are closed.