ଆମେରିକା ବିମାନ ଆକ୍ରମଣରେ ୬୦ ଅଲ-ଶବାବ ଆତଙ୍କବାଦୀ ମୃତ

0

ମୋଗାଡ଼ିସୁ : ଆମେରିକାର ବିମାନ ଆକ୍ରମଣରେ ସୋମାଲିଆରେ କୁଖ୍ୟାତ ଅଲ-ଶବାବର ୬୦ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଚଳିତ ବର୍ଷ ସୋମାଲିଆରେ ଏହା ଆମେରିକାର ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛିି।
ଆମେରିକାର ଆଫ୍ରିକା କମାଣ୍ଡ ମୁଖ୍ୟ ମଙ୍ଗଳବାର ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ୨୦୧୭ ନଭେମ୍ବର ୨୧ରେ ଅଲ-ଶବାବର ଏକ ପ୍ରଶିକ୍ଷଣ ଶିବିରକୁ ଉଡ଼ାଇ ଦିଆଯାଇଥିଲା। ସେଥିରେ ପ୍ରାୟ ୧୦୦ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଏହାପରେ ଗତ ଶୁକ୍ରବାର ଦିନ ଆମେରିକା ବାୟୁ ସେନା ପକ୍ଷରୁ ଅଲ-ଶବାବ ଆତଙ୍କବାଦୀଙ୍କ ଆଉ ଏକ ଶିବିର ଉପରେ ଆକ୍ରମଣ କରାଯାଇଥିଲା। ସୋମାଲିଆର ହରାରଢେର ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଅଲକାଏଦା ସମର୍ଥିତ ଅଲ-ଶବାବକୁ ସମୂଳେ ନାଶ କରିବା ପାଇଁ ଆମେରିକା ପକ୍ଷରୁ ଆଫ୍ରିକାନ ୟୁନିୟନ ମିଶନ ଇନ ସୋମାଲିଆ ଆରମ୍ଭ କରାଯାଇଛି।
ଉଲ୍ଲେଖ ଯେ ଅଲ-ଶବାବ ମୋଗାଡ଼ିସୁରେ ସୋମାଲିଆ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସଂଗ୍ରାମ କରୁଛି। ଏହି ଆକ୍ରମଣରେ ଅଲ-ଶବାବର ଅଣ୍ଟା ଭାଙ୍ଗିଯାଇଛି ବୋଲି ଆମେରିକାର ଅଫ୍ରିକା କମାଣ୍ଡର ପକ୍ଷରୁ କୁହାଯାଇଛି।

Leave A Reply