ଏଣିକି ପେନ୍‍ସନ୍‍ ଗ୍ରହୀତା ଯିବେନି ବ୍ୟାଙ୍କ୍‍

ସମାଜ ପୋର୍ଟାଲ ଡେସ୍କ: ଏଣିକି ପେନ୍‍ସନ୍‍ ଗ୍ରହୀତାଙ୍କୁ ଆଉ ଜୀବନ ପ୍ରମାଣପତ୍ର ଦେବାକୁ ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ। କେନ୍ଦ୍ର ସରକାର ପେନ୍‍ସନ୍‍ଧାରୀମାନଙ୍କ ଜୀବନ ପ୍ରମାଣପତ୍ର ସେମାନଙ୍କ ଘରୁ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ପେନ୍‍ସନ୍‍ଧାରୀଙ୍କୁ ଆଉ ବ୍ୟାଙ୍କ୍‍ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ର ପେନ୍‍ସନ୍‍ ଓ ପେନ୍‍ସନଧାରୀ କଲ୍ୟାଣ ବିଭାଗ ବରିଷ୍ଠ ନାଗରିକମାନେ ସେମାନଙ୍କ ପେନ୍‍ସନ୍‍ ଜାରି ରଖିବା ପାଇଁ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିବା ପ୍ରକ୍ରିୟାକୁ ସହଜ କରି ଏହି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି।

ଏହି ସେବାପାଇଁ ୬୦ ଟଙ୍କା ବା ଏହାଠାରୁ କମ୍‍ ମୂଲ୍ୟର ପାରିଶ୍ରମିକ ଦାବି କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ପେନ୍‍ସନ୍‍ ଜାରି ରଖିବାପାଇଁ ପେନ୍‍ସନ୍‍ଧାରୀମାନଙ୍କୁ ପ୍ରତିବର୍ଷ ନିଜେ ଜୀବିତ ଥିବାର ପ୍ରମାଣପତ୍ର ବ୍ୟାଙ୍କରେ ଦାଖଲ କରିବାକୁ ପଡ଼ିଥାଏ।

Comments are closed.