ଭତ୍ତା ଅପେକ୍ଷାରେ ଅସହାୟ ଗରିବ

ପଦ୍ମପୁର : ପଦ୍ମପୁର ଉପଖଣ୍ତ ସରେଇକେଲା ଗ୍ରାମ ପଞ୍ଚାୟତ ଶୁକ୍ଲିପାହାଡ ଗ୍ରାମର ଅସହାୟ ସଦାମତି ରାଉତ। ବୟସ ୭୦ ବର୍ଷ। ତାଙ୍କର ଦୁଇ ପୁଅ।ଜଣେ ଦିବ୍ୟାଙ୍କ ଓ ଅନ୍ୟ ଜଣେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଶଯ୍ୟାଶାୟୀ ଅଛନ୍ତି। ସ୍ବାମୀ ବିଶେଶ୍ବର ରାଉତ କିଛି ଦିନ ପୂର୍ବରୁ ଇହଧାମ ତ୍ୟାଗ କରିଛନ୍ତି। ଘରେ ରୋଜଗାରକ୍ଷମ କେହି ନାହାନ୍ତି। ବିଧବା ବୃଦ୍ଧା ମୁଣ୍ତରେ ଦିବ୍ୟାଙ୍ଗ ଓ ଦୁର୍ଘଟଣାରେ ଆହତ ଯୁବକଙ୍କ ଭରଣପୋଷଣ ଚିନ୍ତା। ବିଧବା ଭତ୍ତା ପାଇଁ ସ୍ଥାନୀୟ ଜନ ପ୍ରତିନିଧି, ପ୍ରଶାସନ ପାଖରେ ଗୁହାରୀ କରିଥିଲେ ମଧ୍ୟ କେହି ଭତ୍ତା ଦେବାକୁ ସହଯୋଗ କରି ନାହାନ୍ତି। ତେଣୁ ଅସହାୟ ବିଧବା ବୃଦ୍ଧାକୁ ଭତ୍ତା ଦେବାକୁ ଗ୍ରାମବାସି ଦାବି କରିଛନ୍ତି।

Comments are closed.