ଅଗଷ୍ଟ ୧୫ ତାରିଖରେ  ଜନ୍ମ ନେଲା ଦେଶର ପ୍ରଥମ ପେଙ୍ଗୁଇନ୍‌

0

ମୁମ୍ବାଇ:  ଅଗଷ୍ଟ ୧୫ ତାରିଖ ଦିନ  ମୁମ୍ବାଇରେ ଥିବା ବୀରମାତା ଜୀଜାବାଇ ଭୋସଲେ ଉଦ୍ୟାନ ଚିଡିଆଖାନାରେ ଦେଶର ପ୍ରଥମ ପେଙ୍ଗୁଇନ ଶାବକ ଜନ୍ନ ଗ୍ରହଣ କରିଛି ।  ଅଗଷ୍ଟ ପନ୍ଦର ରାତି ୮ଟା ୨ ସମୟରେ ଚିଡିଆଖାନାରେ ଥିବା ପେଙ୍ଗୁଇନ୍‌ ଅଣ୍ଡାରୁ ଛୁଆ ଫୁଟି ବାହାରିଥିଲା । ଏହି ପେଙ୍ଗୁଇନ୍‌ ଛୁଆଟି ଚଳ ଚଞ୍ଚଳ ଅଛି ।

ବୀରମାତା ଜୀଜାବାଇ ଭୋସଲେ ଉଦ୍ୟାନ ଚିଡିଆଖାନାରେ ଚାରୋଟି ମାଦା ଓ ତିନୋଟି ନର ପେଙ୍ଗୁଇନ ଅଛନ୍ତି । ଜନ୍ମ ହୋଇଥିବା ଶାବକଟି ଚଳ ଚଞ୍ଚଳ ଅଛି । ଏହାର ମାଆ ଯତ୍ନ ନେବା ସହ ଶାବକକୁ ଖାଦ୍ୟ ଦେବା ପାଇଁ ଚେଷ୍ଟା କରୁଥିବା ଚିଡିଆଖାନା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଦକ୍ଷିଣ ଆଫ୍ରିକାରୁ ସାତୋଟି ପେଙ୍ଗୁଇନ୍‌ ଅଣାଯାଇଥିଲା । ମାତ୍ର ଗୋଟିଏ ପେଙ୍ଗୁଇନ୍‌ର କିଛି ଦିନ ପରେ ମୃତ୍ୟୁ ହୋଇଯାଇଥିଲା ।

Leave A Reply